ହେଡଲାଇନସ୍:

ଲାଞ୍ଜିଗଡ଼ ରୋଡ଼ ଓ ଆମ୍ବୋଦଳା  ଷ୍ଟେସନ ମଧ୍ୟରେ ମଧ୍ୟବର୍ତ୍ତୀ ବ୍ଲକ୍ ସିଗନାଲ୍ ସିଷ୍ଟମ୍ କାର୍ଯ୍ୟକ୍ଷମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ): ଟ୍ରେନ ପରିଚାଳନା କ୍ଷମତା ବୃଦ୍ଧିକରିବା ଟିଟିଲାଗଡ଼-ରାୟଗଡା ରେଳସେକ୍ସନ ଅନ୍ତର୍ଗତ ଲାଞ୍ଜିଗଡ଼ ରୋଡ଼ ଓ ଆମ୍ବୋଦଳା  ଷ୍ଟେସନ ମଧ୍ୟରେ ମଧ୍ୟବର୍ତ୍ତୀ ବ୍ଲକ୍ ସିଗନାଲ୍ ସିଷ୍ଟମ୍ କୁ ପାଇଁ ପୂର୍ବତଟ ରେଳପଥ  କାର୍ଯ୍ୟକ୍ଷମ କାର୍ଯ୍ୟକ୍ଷମ କରାଇଛି I  ଏହା ଦ୍ୱାରା ରେଳ ଲାଇନ କ୍ଷମତା ବୃଦ୍ଧି କରାଯିବା ସହିତ ୱାଗନ୍ ଗୁଡିକର ପାନ୍ୟ ବୋଝେଇ କରି କିମ୍ବା ନିକାସ କରି ଶୀଘ୍ର ଆଉ ଥରେ ବୋଝେଇ ପାଇଁ ଯିବା ସହିତ ରେଳବାଇର ରୋଜଗାରରେ ଉନ୍ନତି ଆଣିବ |      

ୟାର୍ଡ଼ ଥରେ ସାଣ୍ଟିଙ୍ଗ ନେକ ଏବଂ ଅତିରିକ୍ତ କ୍ରସିଂ ନବୀକରଣ କାର୍ଯ୍ୟ ସହିତ ଆମ୍ବୋଦଳା ଷ୍ଟେସନ ୟାର୍ଡ଼ ନବୀକରଣକୁ ମଧ୍ୟ ଇତିମଧ୍ୟରେ ସମ୍ପୁର୍ଣ୍ଣ କରାଯାଇଅଛି | ଏହାଦ୍ୱାରା ଆମ୍ବୋଦଳା ଷ୍ଟେସନ ୟାର୍ଡ଼ ଥରେ ରେଳଧାରଣକୁ ସୁଗମ ରଖିବାପାଇଁ ଓ ଅଧିକ ଟ୍ରେନ ଯାତାୟାତ କରାଇବା ପାଇଁ MVAA ସାଇଡିଂ ଠାରେ ନବୀକରଣ କାର୍ଯ୍ୟ କରାଯାଇଅଛି I  ମୁଖ୍ୟ ରେଳଧାରଣକୁ ଯାତାୟାତ ପାଇଁ ଖୋଲା ରଖି ଇଂଜିନ ଗୁଡିକର ଆଗ ପଛ କରିବା ପାଇଁ ସାଣ୍ଟିଙ୍ଗ ନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ I  ସମ୍ବଲପୁର ରେଳମଣ୍ଡଳ ଠାରେ MVAA ସାଇଡିଂ ରୁ କଞ୍ଚା ମାଲ ଓ ଉତ୍ପାଦଗୁଡିକ ବୋଝେଇ ସହିତ ପରିବହନ ବ୍ୟବସ୍ଥାକୁ ନିଶ୍ଚିତ କରିବା ପାଇଁ ଏହା କାର୍ଯ୍ୟ କରିଥାଏ I        

ମଧ୍ୟବର୍ତ୍ତୀ ବ୍ଲକ ସିଗନାଲ୍ (ଆଇବିଏସ୍) ହେଉଛି ଏକ କୌଶଳ ଯାହାଦ୍ୱାରା ଦୁଇଟି ସଂଲଗ୍ନ ଷ୍ଟେସନ ମଧ୍ୟରେ ଏକ ବ୍ଲକ ବିଭାଗକୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ ଯାହାକି ଷ୍ଟେସନରୁ ଦୂରରୁ ନିୟନ୍ତ୍ରିତ ହୋଇଥାଏ | ବ୍ଲକର ଦର୍ଘ୍ୟ ହ୍ରାସ କରିବାକୁ ଏହା ଏକମାତ୍ର ଭାବରେ ପ୍ରଦାନ କରାଯାଇଛି | ଏହା ଏପରି ଏକ ବ୍ୟବସ୍ଥା ଯାହାଦ୍ୱାରା ଅତିରିକ୍ତ ମାନବ ହ୍ରାସ କରିବା ସହିତ ବହୁ ସଂଖ୍ୟକ ଟ୍ରେନ ଚଳାଚଳ କରାଯାଇ ରେଳ ପରିବହନ କ୍ଷେତ୍ରରେ ବୃଦ୍ଧି ଆଣିବା ପାଇଁ କାର୍ଯ୍ୟକାରିଥାଏ I   ଏହା କ୍ଷମତା ବୃଦ୍ଧିକରିବାରେ ସାହାଯ୍ୟ କରିବା ସହିତ ୱାଗନ୍ ଗୁଡିକର ପଣ୍ୟ ବୋଝେଇ କରି କିମ୍ବା ନିକାସ କରି ଶୀଘ୍ର ଆଉ ଥରେ ବୋଝେଇ ପାଇଁ ଯିବା ସହିତ ରେଳବାଇର ରୋଜଗାରରେ ଉନ୍ନତି ଆଣିବ |      

0
0
0
s2sdefault