ହେଡଲାଇନସ୍:

ସମ୍ବଲପୁର ବିଧାନସଭା କ୍ଷେତ୍ର ବିଜେଡିର   ଜୀବନବିନ୍ଦୁ, ୪୦  ୟୁନିଟ ସଂଗୃହିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ )- ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ବିଜେଡିର " ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ" କାର୍ଯ୍ୟକ୍ରମରେ ଆଜି  ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଶାନ୍ତିନଗର ସ୍ଥିତ  କାର୍ଯ୍ୟାଳୟ ଠାରେ ଏକ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା | ପୂର୍ବତନ ବିଧାୟିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ତତ୍ୱାବଧାନରେ  ଆୟୋଜିତ ଏହି ରକ୍ତଦାନ ଶିବିରରେ  ୪୦ ଜଣ  ସ୍ବେଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଜୀବନବିନ୍ଦୁ ଜିଲ୍ଲା ସଂଯୋଜିକା କବିତା ପୁରୋହିତ , ପୂର୍ବତନ ଜିଲ୍ଲା ସଭାପତି ଆର୍ତ୍ତତ୍ର।ଣ ମିଶ୍ର , ବରିଷ୍ଠ ନେତା ତଥା ରାଜ୍ୟ ପରିଷଦ ସଭ୍ୟ ଗୋକୁଳ ମେହେର, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ  ହୀରାଲାଲ ବେହେରା,ସତୀଶ ବିଶି , ମହାନଗର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାଶ, ଜିଲ୍ଲା ମହିଳା ସଭାନେତ୍ରୀ ରାଜଲକ୍ଷ୍ମୀ ପ୍ରଧାନ,  ବୁର୍ଲା ସହର ପୂର୍ବତନ ସଭାପତି ଦେବାଶିଷ ନନ୍ଦ,ଜିଲ୍ଲା ଆଇଟି କୋଡ଼ିନେଟର ଦୁଲାଲ ଚନ୍ଦ୍ର ରାୟ,ବିଜୁ ସ୍ମୃତି କମିଟି ଆଭାହକ ପ୍ରଶାନ୍ତ ଥାପା,ସୁନନ୍ଦା ଚଇନି,ସୁରେଖା ସାହୁ,କାନନବାଲା ପଟ୍ଟନାୟକ, କଳ୍ପନା ମିଶ୍ର, ବନ୍ଦିତା ମିଶ୍ର, ହସିନା , ମାମି, ମୁଂନି, ପ୍ରତିମା, ଖାତିଯା,ଲିଲିମା, ନିରୂପମା, ଲଷ୍ମୀ, ମମତା ପଣ୍ଡା , ସ୍ମିତା, ରବୀନ୍ଦ୍ର ସିଂ, ମାୟାଧର ଜେନା, ଜୟକୃଷ୍ଣ ବେହେରା, ହରିହର ପାଣି,ସୁଧୀର ଜସ୍ବ।ଲ,ଆତିପ ଆଲମ,ଜିଆଉଲ ହକ, ଅମିତାବ ପରିଡା,ସୁରଜ ବିଶ୍ୱକର୍ମା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ଏବଂ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ |

ଏହି ରକ୍ତଦାନ ଶିବିରକୁ ସମ୍ବଲପୁର ମୁଖ୍ୟ ଡାକ୍ତରଖାନା  ରକ୍ତଭଣ୍ଡାରର ଡାକ୍ତର ଏବଂ କର୍ମକର୍ତ୍ତା ପରିଚାଳନା କରିଥିବାବେଳେ ସମସ୍ତ ରକ୍ତ ଦାତା,ସ୍ବେଚ୍ଛାସେବୀ ଓ ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀ ମାନଙ୍କୁ ଡ଼.ରାସେଶ୍ୱରୀ ପାଣିଗ୍ରାହୀ ଆନ୍ତରିକ କୃତଜ୍ଞତା  ଜଣାଇଥିଲେ ।

0
0
0
s2sdefault