ହେଡଲାଇନସ୍:

 ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ  ଗାନ୍ଧିଜୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ  ବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି ।

     ଏହି ଅବସରରେ ଦୁଇ ମହାପୁରୁଷଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଓ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ. ବୃଷକେତୁ ଦାସଙ୍କ ସଭାପତିତ୍ୱରେ ଏକ ଆଲୋଚନା ସଭାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ହରିହର ଦାସ , ଜଗନ୍ନାଥ ପଟ୍ଟନାୟକ ଓ ଶିକ୍ଷୟତ୍ରୀ ପ୍ରତିମା ରାୟ ପ୍ରମୁଖ  ଉଭୟ  ମହାପୁରୁଷ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ମହତ ବାଣୀ ବିଷୟରେ ଆଲୋକପାତ କରିଥିଲେ ।

ମୁଖ୍ୟତଃ ସ୍ୱଚ୍ଛ ଭାରତ ଓ ଭାରତର ସ୍ବାଧୀନତା ସଂଗ୍ରାମର ଇତିହାସ ତଥା ଏହି ଦୁଇ ମହାପୁରୁଷଙ୍କ ସରଳ , ସଚ୍ଚୋଟ ଓ ନିରାଡ଼ମ୍ବର ଜୀବନ ଶୈଳୀ ନିଜେ ତଥା କୋମଳମତି ଛାତ୍ରଛାତ୍ରୀ ମାନଙ୍କ  ଜୀବନରେ ପ୍ରତିଫଳିତ ହେଉ ବୋଲି ଏହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

 ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

 

0
0
0
s2sdefault