ହେଡଲାଇନସ୍:

"ନୂତନ କୃଷକ ଆଇନ କୃଷକ ବିରୋଧୀ, କମ୍ପାନୀ ସ୍ୱାର୍ଥରେ " 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂତନ କୃଷକ ଆଇନକୁ ରାଜବୋଡାସମ୍ବର କୃଷକ ସଂଗଠନର ବିରୋଧ, ଆନ୍ଦୋଳନ ପାଇଁ ଚେତାବନୀ  ।

ପଦ୍ମପୁର-କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ କୃଷକ ବିରୋଧି ଆଇନ ବିରୋଧରେ ଚାଷୀମାନେଆନ୍ଦୋଳନତ୍ମକ ପଦକ୍ଷେପ ନେବା ପାଇଁ ମେଲି ହେଉଛନ୍ତି  । ସାରା ଭାରତରେ ଅଧ୍ୟାଦେଶ ବିରୋଧରେ ଚାଷୀ ସଂଗଠନ ମାନେ ଆନ୍ଦୋଳନ ପାଇଁ ମୁଣ୍ଡ ଟେକୁଛନ୍ତି । ପଦ୍ମପୁର ଉପଖଣ୍ଡରେ ସକ୍ରିୟ ଥିବା ଚାଷୀ ସଂଗଠନ ରାଜବୋଡାସମ୍ବର କୃଷକ ସଂଗଠନର ଆହ୍ୱାନ କ୍ରମେ ପଦ୍ମପୁର ନିକଟସ୍ଥ କନସିଂହା ପଂଚାୟତ ଅନ୍ତର୍ଗତ ସାରସମାଲ ଠାରେ ଚାଷୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପଦ୍ମପୁର,ପାଇକମାଲ,ଝାରବନ୍ଧ,ସୋହେଲା ଓ ଗାଇସିଲାଟ ଅଂଚଳର ଚାଷୀ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ  । ଏହି ଆଲୋଚନାରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ମୟ ସମିତିର ଆବାହକ ଲିଙ୍ଗରାଜ ଏବଂ ଜୟକିଶାନ ଆନ୍ଦୋଳନର ରମେଶ ମହାପାତ୍ର ଓ ହର ବନିଆ ଯୋଗଦେଇ ନୂତନ କୃଷକ ଆଇନ ବିଷୟରେ ଚାଷୀଙ୍କୁ ବୁଝାଇଥିଲେ  । କେନ୍ଦ୍ର ସରକାରଙ୍କ ନୂଆ ନିୟମରେ ମଣ୍ଡି ବ୍ୟବସ୍ଥାକୁ ଉଛେଦ , ଚାଷୀର ଉତ୍ପାଦିତ ଶସ୍ୟକୁ କମ୍ପାନୀ ହାତକୁ ଟେକିଦେବା ଆଦି ଅଧ୍ୟାଦେଶକୁ ପ୍ରତ୍ୟାହାର କରିବା ପାଇଁ  ଚାଷୀମାନେ ଦାବୀ କରିଛନ୍ତି  । ଚାଷୀ ମାନେ ଆଗାମୀ ଦିନରେ ଏହି ନୂତନ ନିୟମ ବିରୋଧରେ ଆନ୍ଦୋଳନ କରିବେ ବୋଲି ରାଜବୋଡାସମ୍ବର କୃଷକ ସଂଗଠନର ଆବାହକ ଅଶୋକ ସାହୁ ସୂଚନା ଦେଇଛନ୍ତି  । ଏହି ବୈଠକରେ ରାଜବୋଡାସମ୍ବର କୃଷକ  ସଂଗଠନର ସଭାପତି ବାଂଛାନିଧି ନାୟକ,ରୋହିତ ସାହୁ,କୈଳାଶ ବାରିକ,ବିଶ୍ୱନାଥ ରଣା,ବାଳକୃଷ୍ଣ ବନଛୋର ଓ ଅନ୍ୟାନ୍ୟ ଚାଷୀମାନେ ଯୋଗଦେଇଥିଲେ  ।

0
0
0
s2sdefault