ସମସ୍ୟା ଉପରେ ଅଧିକାରୀ ମାନଙ୍କର ସହିତ ଆଲୋଚନା କଲେ ଉପଜିଲ୍ଲାପାଳ ।
ବରଗଡ :- ଆଜି ବିଶ୍ୱ ପ୍ରାଣୀ ଦିବସ ।ଏହି ଅବସରରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଙ୍କର ଅଫିସରେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ଅଧିକାରୀ ତଥା ବିଜ୍ଞାପିତ ଅଂଚଳର ପରିଷଦର ଅଧିକାରୀ ମାନଙ୍କୁ ନେଇ ଏକ ଆଲୋଚନା ହୋଇଥିଲା । ଉକ୍ତ ଆଲୋଚନାରେ ପଦ୍ମପୁର ସହରରେ ବୁଲା ଗୋରୁଗାଈ ମାନଙ୍କୁ ନେଇ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ନିଜର ଗୃହପାଳିତ ପ୍ରାଣୀ ସବୁକୁ ଲୋକେ ରାସ୍ତା ଉପରକୁ ଛାଡି ଦେଉଛନ୍ତି ଯାହା ଫଳରେ ସବୁବେଳେ ଦୁର୍ଘଟଣା ଘଟିବା ସହିତ ଅନେକ କ୍ଷତି ହେଉଛି ଉଭୟ ମଣିଷ ଓ ପ୍ରଣୀ ଙ୍କର । ଏହି ସମସ୍ୟା ଉପରେ ଆଜି ନିଜେ ଉପଜିଲ୍ଲାପାଳ ଅଧିକାରୀ ମାନଙ୍କର ଦୃଷ୍ଟି ଆକର୍ଷଣ କରି ଏହି ସମସ୍ୟାର ସମାଧାନ ଉପରେ ଦୃଷ୍ଟି ଦେବାକୁ ପଦ୍ମପୁର ଏନ ଏ ସି କର୍ମକର୍ତ୍ତା ମାନଙ୍କୁ ନିର୍ଦେଶ ଦେଇ କହିଥିଲେ ଯେ ଆବଶ୍ୟକ ପଡ଼ିଲେ ପ୍ରାଣୀ ମାନଙ୍କର ମାଲିକ ମାନଙ୍କର ସହିତ ଯୋଗାଯୋଗ କରି ସେମାନଙ୍କୁ ସଚେତନ କରାଯାଉ ନଚେତ ବୁଲା ଗୋରୁଗାଈ ମାନଙ୍କର ପାଇଁ କାଞ୍ଜିହାଉସ କିମ୍ବା ଗୋଶାଲା ଭଳି ବିକଳ୍ପ ପ୍ରତି ମଧ୍ୟ ବିଚାର କରାଯାଉ । ଯଦି ଉପଜିଲ୍ଲାପାଳ ଙ୍କର ନିର୍ଦେଶ ମତେ ଅଧିକାରୀ ମାନେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତି ତେବେ ଆଗାମୀ ଦିନରେ ଅନେକ ଦୃର୍ଘଟଣା କୁ ନିଶ୍ଚିତ ଭାବରେ ଏଡାଇ ଦିଆ ଯାଇପାରିବ ଏଥିରେ ସନ୍ଦେହ ନାହିଁ ।