"ଗାନ୍ଧୀଜୀ କା ଚଷମା " ଓ "ସ୍ୱଚ୍ଛ ଭାରତ" ଗାନ୍ଧୀଜୀଙ୍କର ଏକ ସ୍ୱପ୍ନ" ଶୀର୍ଷକ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା
ଝାରସୁଗୁଡା /ସୁବାଷ ସାହାରେ- ଝାରସୁଗୁଡା ସ୍ଥିତ ଘନଶ୍ୟାମ ହେମଲତା ବିଦ୍ୟା ମନ୍ଦିର ପରିସର ରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଏକ ନିଆରା ଢଙ୍ଗରେ ପାଲନ କରାଯାଇଛି । ଭାରତ ସ୍ୱାଧୀନତାର ମୁଖ୍ୟ କର୍ଣ୍ଣଧାର, ଅହିଂସା ଓ ଶାନ୍ତିର ମୂର୍ତ୍ତିମନ୍ତ ପ୍ରତୀକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୧ ତମ ଜୟନ୍ତୀ ଅବସରରେ ବିଦ୍ୟାଳୟର ସମସ୍ତ ସଫେଇ କର୍ମଚାରୀଙ୍କ ଗହଣରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତ ଦାଶ ଗାନ୍ଧିଜୀ ଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଗାନ୍ଧିଜୀଙ୍କ ସ୍ୱପ୍ନ " ସ୍ଵଚ୍ଛ ଭାରତ ଅଭିଯାନକୁ ସାକାର କରିବା ପାଇଁ ସମସ୍ତ କର୍ମଚାରୀ ଶପଥ ନେଇଥିଲେ । ଶାସ୍ତ୍ରୀଙ୍କ ସ୍ଲୋଗାନ "ଜୟ ଯବାନ ଜୟ କିଷାନ" କୁ ମନେ ପକାଇ ବିଦ୍ୟାଳୟ ପରିସରରେ ଥିବା ସମସ୍ତ ଗଛଲତାର ଯତ୍ନ ନେବାପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ଆହ୍ବାନ କରିଥିଲେ । କରୋନା ମହାମାରୀ ନିମନ୍ତେ ଅନଲାଇନରେ ଶିକ୍ଷା ପ୍ରଦାନ କରାଯାଉଥିବାରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ନିମନ୍ତେ ନିମ୍ନ ଶ୍ରେଣୀ ପାଇଁ " ଗାନ୍ଧୀ ଜୀ କା ଚଷମା " ଓ ଉଚ୍ଚ ଶ୍ରେଣୀ ପାଇଁ "ସ୍ୱଚ୍ଛ ଭାରତ : ଗାନ୍ଧୀଜୀଙ୍କର ଏକ ସ୍ୱପ୍ନ" ଶୀର୍ଷକ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ପ୍ରି ପ୍ରାୟେମେରି ଛାତ୍ରଛାତ୍ରୀ ମାନେ ନିଜ ନିଜ ଘରେ ବୃକ୍ଷରୋପଣ କରି ଏହି ମହାପୁରୁଷ ମାନଙ୍କୁ ସମ୍ମାନ ଜଣାଇଥିଲେ ।