ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ମହାତ୍ମାଗାନ୍ଧୀଙ୍କ ଦେଶ ପ୍ରୀତି , ଜନସେବା , ତ୍ୟାଗ ଓ ଆଦର୍ଶମୟ ଜୀବନୀ ଉପରେ ଆଲୋକପାତ କରାଯାଇ ତାଙ୍କର ନୀତି-ଆଦର୍ଶ ଉପରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଗୋବିନ୍ଦ ଚନ୍ଦ୍ର ପାଢ଼ୀ , ବିଷ୍ଣୁ ପାଢ଼ୀ , ବାବୁଲି ସାହୁ , କୁନା ମାଝୀ , ରାଜା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ ନଗର ସଭାପତି ବସନ୍ତ ପଣ୍ଡାଙ୍କ ଦ୍ବାରା ପରିଚାଳନା ହୋଇଥିଲା।











