ବରଗଡ :- ଯୁବ ସମାଜକୁ ନିଶାସକ୍ତ କରାଇ ବେଆଇନ ଭାବରେ ଟଙ୍କା ରୋଜଗାର କରିବା କିଛି ଖଳ ପ୍ରକୃତିର ଲୋକଙ୍କର ଅଭ୍ୟାସ ପାଲଟି ଗଲାଣି । କ୍ରମାଗତ ଭାବରେ ଏହି ଭଳି ବେଆଇନ ନିଶା କାରବାର କୁ ରୋକିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ପୋଲିସ ଦ୍ୱାରା ଚଢ଼ାଉ ଜାରି ରହିଛି । ଏହି କ୍ରମରେ ଆଜି ବରଗଡ ପୋଲିସ ଦ୍ୱାରା ଆଜି ବିପୁଳ ପରିମାଣରେ ବେଆଇନ କଫସିରଫ ସହିତ ଦୁଇ ଗୋଟି ଚାରି ଚକିଆ ଗାଡି ଜବତ କରାଯିବା ସହିତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ଆଜି ବରଗଡ ପୋଲିସ ଦ୍ୱାରା ମୋଟ 1170 ବୋତଲ କଫସିରଫ ଜବତ କରାଯିବା ସହିତ , କଂସାରି ପଡା ବଲାଙ୍ଗୀର ର ସନ୍ତୋଷ କୁମାର ମେହେର , ବଲାଙ୍ଗୀର ଜିଲ୍ଲା ଭାଲେର ଗ୍ରାମର ଶ୍ରୀକାନ୍ତ ନାୟକ, ବରଗଡ ୱାର୍ଡ ନମ୍ବର ଏଗାର ର ମହମ୍ମଦ ନିଶାଦ , ବରଗଡ଼ ୱାର୍ଡ ନମ୍ବର ଏଗାର ର ନୌସାଦ ଖାଁ , ବରଗଡ଼ ଏଗାର ନମ୍ବର ୱାର୍ଡର ସରୋଜ ଭୁଏ ଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସଦାନନ୍ଦ ପୂଜାରୀ ସୂଚନ ପ୍ରଦାନ କରିଛନ୍ତି ।
ରାଜ୍ୟ
ବ୍ୟାପକ ମାତ୍ରାରେ କଫସିରଫ ଜବତ , ପାଞ୍ଚ ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ
- Hits: 1299











