ଧର୍ମଗଡ ସୁଶାନ୍ତ ରାଉତ : କଲାହାଣ୍ଡି ଜିଲ୍ଳା ଜୁନାଗଡ ବ୍ଲକ ମାଟିଗାଁ ପଂଚାୟତ ଅଧିନସ୍ଥ ବୁଢ଼ୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟତ୍ରୀ ଲଷ୍ମୀପ୍ରିୟା ମୁଦୁଲିଙ୍କ ତତ୍ବାବଧାନରେ ମହାତ୍ମା ଗାନ୍ଧୀ ଓ ଲାଲଵାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଲନ କରାଯାଇଛି। କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ବିଦ୍ୟାଲୟକୁ ମହାମାରୀ କରୋନା ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ତଥା କ୍ୱାରେଣ୍ଟାଇନ ସେଣ୍ଟର କରଯାଇଥିଲା । ଜୁଲାଇ ପ୍ରଥମ ସପ୍ତାହ ଠାରୁ କୌଣସି କରୋନା ରୋଗୀ ରହୁନାହାନ୍ତି। ଶେଷ ସମୟରେ ରହିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ କରୋନା ପଜିଟିଭ୍ ଚିହ୍ନଟ କରଯାଇଥିଲା। ହେଲେ ବର୍ତମାନ ସୁଦ୍ଧା ବିଦ୍ୟାଲୟକୁ ସାନିଟାଇଜ କରାଯାଇନାହିଁ। ତେଣୁ ଖୋଲା ଜାଗାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଲନ କରାଯାଇଛି। ଜୟନ୍ତୀ ପାଲନ ପରେ ବିଦ୍ୟାଲୟ ପରିସରରେ ବୃକ୍ଷ ରୋପଣ କରଯାଇଥିଲା। ଏହି ଅବସରରେ ବିଦ୍ୟାଲୟର ସହକାରୀ ଶିକ୍ଷୟତ୍ରୀ ସଂଯୁକ୍ତା ମଞ୍ଜରୀ ପଣ୍ଡା,ଅନଜ୍ଞ କୁମାର ମୁଣ୍ଡ,ଦୁର୍ଯ୍ୟୋଧନ ଭୋଇ,ରଂଜନ କୁମାର ସାହୁ, ସ୍ମୁତିରେଖା ପଟ୍ଟଯୋଶୀ, ସଂବଲି ମାଝି,ଲକ୍ଷ୍ମଣ ପାତ୍ର, ନିକୁଂଜ ଦଣ୍ଡସେନା,ସ୍ବେଛା ସେବୀ ହିମାଂଶୁ ଶେଖର ନାଏକ, ଵାନାମ୍ଵର ମେହେର,ୱର୍ଡମେମ୍ବର ପର୍ଶୁରାମ ପୁଝାରୀ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ଶ୍ରେଣୀ ଗୃହ ବାହାରେ ପାଲିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ।
- Hits: 624