ହେଡଲାଇନସ୍:

ଚାଷୀଙ୍କ ମୁହଁରେ ଲେଉଟିଲା ହସ :  ହିରାକୁଦରେ କ୍ଷତିଗ୍ରସ୍ତ ହୋଇଥିବା ଧାନ ଜମି ପୂର୍ବାବସ୍ଥାକୁ ଫେରିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:  ସମ୍ବଲପୁର ଜିଲ୍ଲାର ହିରାକୁଦ ସହର ଓଡ଼ିଶାର ଶିଳ୍ପ ତଥା ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଆସିଛି । ଏଠାରେ କେନାଲ ସୁବିଧା ଥିବା ଯୋଗୁଁ ଚାଷ ମଧ୍ୟ ଭଲ ହୁଏ । କିନ୍ତୁ ଗତ ମାସରେ ହୋଇଥିବା ପ୍ରଥମ ଲଘୁଚାପ ଜନିତ ବର୍ଷାରେ ହିରାକୁଦର ହିଣ୍ଡାଲକୋ କାରଖାନା ସଲଗ୍ନ ଧାନଜମି କ୍ଷତିଗ୍ରସ୍ତ ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା । ଏଥିରେ ୯୦ ଜଣ ଚାଷୀଙ୍କ ପ୍ରାୟ ୧୯୩ ଏକର ଧାନଜମି କ୍ଷତିଗ୍ରସ୍ତ ହୋଇଛି ବୋଲି ଅଭିଯୋଗ ହୋଇଥିଲା । ଏଥିନେଇ ହିଣ୍ଡାଲ୍କୋ କଂପାନି ବିରୋଧରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପାଇବା ପରେ ରାଜ୍ୟ ସରକାରଙ୍କ କୃଷି ବିଭାଗ ଓ ରାଜସ୍ୱ ବିଭାଗର କର୍ମକର୍ତାମାନେ ଆସି ଘଟଣାସ୍ଥଳ ପରିଦର୍ଶନ କରିଯାଇଥିଲେ । କିନ୍ତୁ ବର୍ତମାନ ଏହି ମଧ୍ୟରେ ଉକ୍ତ କ୍ଷତିଗ୍ରସ୍ତ ଧାନ ଜମିଗୁଡ଼ିକର ସବୁଜିମା ଫେରିବାରେ ଲାଗିଛି । ଓ ଏହି ଧାନ ଜମିଗୁଡ଼ିକ ପ୍ରାୟ ଏକ ମାସର ବ୍ୟବଧାନରେ ନିଜ ପୂର୍ବାବସ୍ଥାକୁ ଫେରିପାଇଛନ୍ତି । ତେଣୁ ଏଥିପାଇଁ କଂପାନି ଦାୟୀ ବୋଲି କହିବା ନିରର୍ଥକ କାରଣ ଅନେକ ସମୟରେ ଲଗାଣ ବର୍ଷା ଦ୍ୱାରା ଧାନ ଗଛଗୁଡିକର ରଙ୍ଗ ପର୍ଯ୍ୟାପ୍ତ ସୂର୍ଯ୍ୟକୀରଣ ନପାଇବା ଦ୍ୱାରା ବଦଳିଥାଏ, ଯାହାକି ବର୍ଷା ଛାଡ଼ିଲା ପରେ ଗଛଗୁଡ଼ିକରେ ପୁନଃ ଫେରିଆସେ । ଏହାର କାରଣ ସଂପର୍କରେ ସବିଶେଷ ଅନୁଧ୍ୟାନ କରି ତା’ର ପ୍ରତିକାର କରିବା ପାଇଁ କଂପାନି କର୍ତୃପକ୍ଷ କହିଛନ୍ତି । ଯାହାକୁ ଦେଖି ସ୍ଥାନୀୟ ଚାଷୀମାନଙ୍କ ମଧ୍ୟରେ ଆନନ୍ଦ ଲହରୀ ଖେଳିଯାଇଛି । ତେଣୁ କ୍ଷତିଗ୍ରସ୍ତ ହୋଇଥିବା ଧାନ ଜମିଗୁଡ଼ିକ ସାମୟିକ ସମୟ ପାଇଁ ହୋଇଥିଲା ଓ ଖୁବ କମ ସମୟରେ ନିଜର ଜମିଗୁଡ଼ିକୁ ପୂର୍ବାବତ ସବୁଜିମା ବଳୟରେ ଦେଖିବା, ସ୍ଥାନୀୟ ଚାଷୀ ତଥା ଜନ ସାଧାରଣ ମାନଙ୍କ ମଧ୍ୟରେ ଖୁସିର ବାତାବରଣ ସୃଷ୍ଟି କରିଛି । 

 

0
0
0
s2sdefault