ହେଡଲାଇନସ୍:

ପୁଅର ଚିତାର ଜୁଇ ନଲିଭୁଣୁ ପିତାଙ୍କ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା ଜିଲ୍ଲାରେ ଥମୁନି କରୋନାରେ ମୃତ୍ୟୁ ମୃତ୍ୟୁସଂଖ୍ୟା ୩୦ ଛୁଇଁଲା 

ନୂଆପଡା(ଅମିତ ପୁରୋହିତ) : ନୂଆପଡା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତଥା କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗ ଏଥି ପ୍ରତି ବିଲକୁଲ ଧ୍ୟାନ ଦେଉ ନ ଥିବାର ଅଭିଯୋଗ ହେଉଛି । କିଛି ଦିନ ତଳେ ଜଣେ ଯୁବ ଡାକ୍ତର ଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଆଜି ତାଙ୍କର ବାପାଙ୍କର କରୋନାରେ ମୃତ୍ୟୁ ଘଟିଛି । ଏହି କ୍ରମରେ ନୂଆପଡା ସଦର ବ୍ଲକର ବିରୋମାଲ ଗ୍ରାମର ଗେଣେଶଦାସ ପେନକା (୫୦) ଙ୍କର କରୋନାରେ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ମୁତାବକ ଗଣେଶ କରୋନା ପଜିଟିବ ଚିହ୍ନଟ ହେବା ପରେ ନିଜ ଘରେ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ ।  ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ନୂଆପଡା ସିଲଦାସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥନାନ୍ତରଣ  କରାଯାଉଥିଲା । କିନ୍ତୁ ଦୁର୍ଭାଗ୍ୟ ବଶତଃ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ପୂର୍ବରୁ ଗତ ୩ଦିନ ତଳେ ତାଙ୍କର ୩୧ବର୍ଷିୟ ପୁଅ ଗୋବିନ୍ଦଙ୍କର କରୋନା ରେ ମୃତ୍ୟୁ ହୋଇଥିଲା । ପୁଅର ଚିତାର ଯୁଇ ନଲିଭୁଣୁ ପିତାର ମୃତ୍ୟୁକୁ ନେଇ ସମଗ୍ର ବିରୋମାଲ ଅଞ୍ଚଳରେ ଲୋକେ ସ୍ତବ୍ଧ ହୋଇଯାଇଛନ୍ତି  । ସେହିପରି କୋମନାବ୍ଲକ ଟିକ୍ରାପଡା ଗ୍ରାମର ଖିରାଧର ଦଣ୍ଡସେନା ନାମକ ଆଉଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାର ସୂଚନା ପ୍ରାପ୍ତ ହୋଇଛି । ଏହି ମୃତ୍ୟୁ କୁ ମିଶାଇ ଜିଲାରେ ମୃତ୍ୟୁସଂଖ୍ୟା ୩୦ ରେ ପହଞ୍ଚିଥିଲାବେଳେ ଆଜି ଆହୁରି ୫୬ଜଣ  ନୂଆ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ସିନାପାଲିରୁ ୨୬ କୋମନାରୁ ୧୩ ନୂଆପଡାରୁ୧୨ ଖରିଆରରୋଡରୁ ୪ ଓ ବୋଡେନରୁ ଜଣେ ସଂକ୍ରମିତ ହୋଇଥିବା ଜିଲାମୁଖ୍ୟ ଚିକିତ୍ସାଳୟରୁ ସୂଚନା ମିଳଛି ।ଆଜିର ୫୬ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ୩୨୫୪ ଜଣ ସଂକ୍ରମିତ ହୋଇଛନ୍ତି । ଜିଲ୍ଲାରେ ୧ ଅକ୍ଟୋବର ପର୍ଯ୍ୟନ୍ତ ୩୯୪୨୧ ଜଣଙ୍କର ପରିକ୍ଷଣ କରାଯାଇଛି ସେଥିରୁ ୩୨୫୪ ପଜିଟିଭ ଚିହ୍ନଟ ହୋଇଥିଲାବେଳେ ୨୧୫୭ ଜଣ ସୁସ୍ଥ ହୋଇସାରିଲେଣି । ନୂଆପଡା ଜିଲ୍ଲା ସଦର ମହକୁମା ଠାରୁ ୫ କିଲୋମିଟର ଦୂରରେ ଏକ କୋଭିଡ ହସପିଟାଲ ଥିବା ସତ୍ୱେ କରୋନା ସଂକ୍ରମିତ ନିଜ ଘରେ ସଂଗରୋଧ ରେ ରହିବା ପାଇଁ ଇଛା ପ୍ରକାଶ କରୁଛନ୍ତି । ଏହାର କାରଣ ପଚାରି ବୁଝିବାରୁ କୋଭିଡ ହସପିଟାଲରେ କୈାଣସି ପ୍ରକାର ସୁବ୍ୟବସ୍ଥା ନ ଥିବା, ଡାକ୍ତର ରୋଗୀକୁ ନ ଦେଖିବା ଏପରିକି ଖାଦ୍ୟପେୟ ଓ ଔଷଧ ନ ମିଳିବା ର ଅଭିଯୋଗ ହେଉଅଛି ।  

 

0
0
0
s2sdefault