ହେଡଲାଇନସ୍:

ମାଲକାନଗିରି ଜିଲ୍ଲାସ୍ତରୀୟ ୧୫୦ତମ ଗାନ୍ଧୀ ଜୟନ୍ତୀ ପାଳିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି/ବି ଶ୍ରୀନିବାସ ପାତ୍ର-ମାଲକାନଗିରି ଜିଲ୍ଲା ସ୍ତରୀୟ ୧୫୦ ତମ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧକ୍ଷ ଦଶରଥ ପୋଡ଼ିଆମୀ, ପୂର୍ବତନ ବିଧାୟକ ତଥା ଜିଲ୍ଲା ଉନ୍ନୟନ ପରିଷଦ ଅଧକ୍ଷ ମାନସ ମାଡ଼କାମୀ, ଜିଲ୍ଲାପାଳ ମନୀଷ ଅଗ୍ରୱାଲ , ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ଦିଲ୍ଲୀପ କୁମାର ସାମନ୍ତରାୟ , ତହସିଲଦାର ଗୁଣନିଧି ନାୟକ  ଓ ବିଭିନ୍ନ ବିଭାଗର ପଦାଧିକାରୀ ଏବଂ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ମହାତ୍ମା ଗାନ୍ଧୀ ଏବଂ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ମାଲକାନଗିରି ଜିଲ୍ଲା ଆଜି ତାର ୨୮ ବର୍ଷ ପୂର୍ତ୍ତି କରିଥିଲା ବେଳେ ଜିଲ୍ଲାର ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି । ବିଶେଷ କରି ରାସ୍ତାଘାଟ , ଜଳ ସେଚନ , କୃଷିର ଉନ୍ନତି , ସ୍ଵସ୍ଥ ସମସ୍ୟା , ବିଦ୍ୟୁତ ଏବଂ ଟେଲି ଯୋଗାଯୋଗର ଉନ୍ନତି ଘଟିଛି । ଆଗାମୀ ଦିନରେ ଜିଲ୍ଲାରେ ଅନେକ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ପୋଲିସ , ବିଏସଏଫ  ଏବଂ ଜନସାଧାରଣଙ୍କ ସହଯୋଗରେ ମାଲକାନଗିରି ଜିଲ୍ଲା ମାଓ ମୁକ୍ତ ହେବାକୁ ଯାଉଛି । ସ୍ୱାଭିମାନ ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ  କରିବା ପାଇଁ ଜିଲ୍ଲା ପ୍ରଶାସନ ତାର ଉଦ୍ୟମ ଜାରି ରଖିଛନ୍ତି । ଏହି ଅବସରରେ ମିଶନ ଶକ୍ତି ତରଫରୁ ମାଣ୍ଡିଆରେ ପ୍ରସ୍ତୁତ ଏକ ଜଳଖିଆ ଷ୍ଟଲକୁ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ସାମନ୍ତରାୟ ପରିଚାଳନା କରିଥିଲେ ।

0
0
0
s2sdefault