ହେଡଲାଇନସ୍:

ଅକ୍ଟୋବର ୩୧ ପର୍ଯ୍ୟନ୍ତ ଖୋଲିବନି ସ୍କୁଲ କଲେଜ ମନ୍ଦିର  :  ଫିକା ପଡିବ ଉପନିର୍ବାଚନ ପ୍ରଚାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଗତକାଲି କେନ୍ଦ୍ର ସରକାର ତାଙ୍କ ଅନଲକ ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ଓଡିଶା ସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କ ଅନଲକ ଘୋଷଣା କରିଛନ୍ତି | କେନ୍ଦ୍ର ସରକାର ଅକ୍ଟୋବର ୧୫ରୁ ଧୀରେ ଧୀରେ ଖୋଲିବା ପାଇଁ ତାଙ୍କର ଗାଇଡ଼ ଲାଇନରେ କହିଥିବା ବେଳେ ରାଜ୍ୟ ସରକାର ଏକ ପ୍ରକାର ସେଗୁଡିକ ଟାଳି ଦେଇଛନ୍ତି |  ଅକ୍ଟୋବର ୩୧ ପର୍ଯ୍ୟନ୍ତ ପ୍ରାୟତ ଖୋଲିବାର ନାହିଁ ବୋଲି କହିଦେଇଛନ୍ତି ଆଜି ଜାରି କରିଥିବା ଘୋଷଣା ନାମାରେ | ସର୍ବସାଧାରଣଙ୍କ ଲାଗି ଧାର୍ମିକ ସ୍ଥଳ/ଉପାସନା ସ୍ଥଳ ବନ୍ଦ ରହିବ। ଏଥିସହ  ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ/ତାଲିମ/କୋଚିଙ୍ଗ୍ ପ୍ରତିଷ୍ଠାନ ଓ ଅଙ୍ଗନବାଡ଼ି ଇତ୍ୟାଦି ମଧ୍ୟ ଅକ୍ଟୋବର ମାସ ସାରା  ବନ୍ଦ ରହିବ। ହେଲେ ସରକାର ଯାହା କଲେ କଲେ , ୧୦୦ ଅଧିକ ଲୋକଙ୍କ ସମାବେଶ ଉପରେ ରାଜ୍ୟ ସରକାର କୋହଳ ନିଷ୍ପତ୍ତି ନେଇପାରବେ ବୋଲି ଗାଇଡ୍ଲାଇନରେ ଯାହା କହିଥିଲେ ରାଜ୍ୟ ସରକାର ସେ ବିଷୟରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ କୋହଳ କରିବାର ନାହିଁ ବୋଲି ନିଷ୍ପତ୍ତି ନେଇ ଉପ ନିର୍ବାଚନ ପ୍ରଚାରକୁ ଫିକା କରିଦେଇଛନ୍ତି | 

କାରଣ ଆସନ୍ତା ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପ ନିର୍ବାଚନ | ଏହି ସମୟ ମଧ୍ୟରେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ସର୍ତ୍ତମୂଳକ ରାଜନୈତିକ ବା ନିର୍ବାଚନୀ ସମାବେଶ ପାଇଁ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ସର୍ତ୍ତ ଅନୁଯାୟୀ କୌଣସି ନିର୍ବାଚନୀ ସମାବେଶରେ ଏକକାଳୀନ ୧୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏକତ୍ରିତ ହୋଇ ପାରିବେ ନାହିଁ। ନିର୍ବାଚନୀ ସମାବେଶ ଆୟୋଜନ କରୁଥିବା ରାଜନୈତିକ ଦଳ ବା ପ୍ରାର୍ଥୀଙ୍କୁ ସମାବେଶ ପାଇଁ ନିର୍ବାଚନ କମିଶନ/ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କିମ୍ବା ସେମାନଙ୍କ ଦ୍ୱାରା ଅଧିକୃତ ହୋଇଥିବା ଅଧିକାରୀଙ୍କ ଠାରୁ ପୂର୍ବରୁ ଅନୁମତି ନେବା ବାଧ୍ୟତାମୂଳକ | 

କେବଳ ସେତିକି ନୁହେ, ବ୍ୟବସ୍ଥା ବି ଜଟିଳ |  ସମାବେଶକୁ ଆସୁଥିବା ଲୋକଙ୍କ ପାଇଁ ଥର୍ମାଲ ସ୍କିନିଂ, ମାସ୍କ ପରିଧାନ ସହ ସାମାଜିକ ଓ ଶାରୀରିକ ଦୂରତା (ପରସ୍ପର ମଧ୍ୟରେ ୬ ଫୁଟର ବ୍ୟବଧାନ) ଓ ହାତ ଧୋଇବା ବା ସାନିଟାଇଜ୍‌ ବ୍ୟବସ୍ଥା କରିବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ହଲ, ଅଡିଟୋରିୟମ ବା ରୁଦ୍ଧ କଠୋରିରେ ସମାବେଶ ହେଉଥାଏ ତେବେ ସେଠାରେ ଥିବା କ୍ଷମତାର ମାତ୍ର ୫୦ ପ୍ରତିଶତ ବ୍ୟକ୍ତି ବିଶେଷଙ୍କ ପାଇଁ ଅନୁମତି ମଳିବ। ପୁଣି ଏ ସଂଖ୍ୟା ମଧ୍ୟ କୌଣସି ପରିସ୍ଥିତିରେ ୧୦୦ ଟପି ପାରିବ ନାହିଁ ।  ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଜିଲ୍ଲାପାଳ ଏ ସବୁକୁ କଡାକଡି ଭାବେ ପାଳନ ଉପରେ ଗୁରୁତ୍ୱ ଦେବେ |

 

0
0
0
s2sdefault