ହେଡଲାଇନସ୍:

ଟପ  ହାଡ଼କୋର ମାଓ ନେତା  ୟେମିଲି କାମେଶ ଓରଫ ହରି ଗିରଫ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି/ ବି ଶ୍ରୀନିବାସ ପାତ୍ର : ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟଣା ଜିଲ୍ଲା ପୋଲିସ ଓ ଗ୍ରେହାଉଣ୍ଡ  ଗତ ମଙ୍ଗଳବାର ରାତିରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଦାରକୋଣ୍ଡା ଜଙ୍ଗଲରେ  କୁମ୍ବି କଲାବେଳେ  ଟପ ହାଡ଼କୋର ମାଓ ନେତା ୟେମିଲି କାମେଶ ଓରଫ ହରିକୁ ଆନ୍ଧ୍ରପ୍ରଦେଶ ପୋଲିସ ଗିରଫ କରିଛି ।

ମାଓ ନେତା କାମେଶ ପ୍ରାୟ ୧୪ ବର୍ଷ ଧରି ଆନ୍ଧ୍ର ଓ ଓଡିଶା ବୋର୍ଡର ରେ ଜଣେ ସକ୍ରିୟ ମାଓ ନେତା ଭାବେ କାର୍ଯ୍ୟ କରୁଥିଲେ । ବିଶାଖାପାଟଣା ଜିଲ୍ଲା ପୋଲିସ କହିବା ଅନୁଯାୟୀ  ମାଓ ନେତା କାମେଶ ଙ୍କ  ନାମରେ ପ୍ରାୟ 100 ରୁ ଉର୍ଦ୍ଧ ମାମଲା ରହିଥିବା ଜଣାପଡିଛି । କାମେଶ ଙ୍କ ନାମରେ ପୂର୍ବରୁ 4 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ଏହି ହାଡ଼କୋର ମାଓ ନେତାଙ୍କୁ ପୋଲିସ ଗିରଫ କରିବା ସମୟରେ  ତାଙ୍କ ଠାରୁ ଗୋଟିଏ ବନ୍ଧୁକ ଓ 20 ରାଉଣ୍ଡ ଗୁଳି ସହ କିଛି ବିସ୍ପୋରକ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ  ପୋଲିସ ଜବତ କରିଥିବା ଜଣାପଡ଼ିଛି ।

0
0
0
s2sdefault