ପଦ୍ମପୁର - ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଆଜି ପଦ୍ମପୁର ଗସ୍ତ ଅବସରରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କରୋନା ମୁକାବିଲା ସଂକ୍ରାନ୍ତୟ ଏକ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ପଦ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ,ପଦ୍ମପୁର ଉପଖଣ୍ତ ଚିକିତ୍ସାଧିକାରୀ ତହସିଲ ସାହୁ, ହସପିଟାଲ ମ୍ଯାନେଜର ଦିବ୍ଯ କୁମାର ମେହେର ଉପସ୍ଥିତ ରହି ପଦ୍ମପୁର ଉପଖଣ୍ତ ରେ କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ସାଂସଦ ଶ୍ରୀ ପୂଜାରୀ ସ୍ବାସ୍ଥ୍ୟ ସେବାକୁ ଅଗ୍ରାଧିକାର ଦେବା ସହିତ ଉପଖଣ୍ତ ଚିକିତ୍ସାଳୟ ର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ସବୁ ପ୍ରକାର ସହଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି ଆଲୋଚନା ସମୟରେ ରାଜ ବୋଡାସମ୍ବର ବ୍ଲକ ଅଧ୍ୟକ୍ଷ ଶ୍ରୀ କୁମରମଣି ନାୟକ, ସୁରେଶ୍ବର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।