ହେଡଲାଇନସ୍:

ଏନଆଇଏନଏଲ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡିଲେ ବିଧାୟକ ପ୍ରୀତିରଞ୍ଜନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • କର୍ମଚାରୀ-ଶ୍ରମିକଙ୍କ ଦରମା ତୁରନ୍ତ ପ୍ରଦାନ ପାଇଁ ଏମଏମଟିସିକୁ ନିର୍ଦ୍ଦେଶ ଦିଅନ୍ତୁ ରାଜ୍ୟ ସରକାର 

  • ଚୁକ୍ତି ଅନୁଯାୟୀ ଏନଆଇଏନଏଲରେ ଉତ୍ପାଦନ ପୁନଃ ଚାଲୁ କରାଯାଉ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆର୍ଥିକ ଅନଟନ ଭିତରେ ଜୀବନ ଅତିବାହିତ କରୁଥିବା ନୀଳାଚଳ ଇସ୍ପାତ ନିଗମର କର୍ମଚାରୀଙ୍କୁ ୭ମାସର ଦରମା ତୁରନ୍ତ ପ୍ରଦାନ ନିମିତ୍ତ ପଦକ୍ଷେପ ନେବା ପାଇଁ ନେଇ ଆଜି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡ଼ାଇ । ଅପରପକ୍ଷରେ ଏନଆଇଏନଏଲ ପରିସରରେ ମହଜୁଦ ଥିବା ପ୍ରାୟ ୨୩୦କୋଟି ଟଙ୍କାର ଫିନିସ୍ ଗୁଡସ୍,SAILର ରାଉରକେଲା ବା ବୋକାରୋକୁ ବିକ୍ରି କରାଯାଇ  ବିକ୍ରି ରାଶିକୁ ନୀଳାଚଳ ବ୍ୟାଙ୍କ ଆକାଉଣ୍ଟରେ ଜମା ରଖବା ସହ  OMC,IPICOL ଜରିଆରେ ଦରମା ପ୍ରଦାନ ଲାଗି MMTCକୁ ନିର୍ଦ୍ଦେଶ ଦିଆଯାଉ ବୋଲି  ବାଚସ୍ପତି ନିର୍ଦ୍ଦେଶ ଦେବାପାଇଁ  ବିଧାନସଭାରେ ଦାବି ରଖିଛନ୍ତି ବିଧାୟକ ଇଂ ଘଡ଼ାଇ | 

ଶ୍ରୀ ଘଡ଼ାଇ କହିଥିଲେ ଯେ ନୀଳାଚଳ ଇସ୍ପାତ ନିଗମର ୧୬୦୦ ଏକଜେକ୍ୟୁଟିଭ -ଅଣ ଏକଜେକ୍ୟୁଟିଭ ଏବଂ ୨୨୦୦ ଶ୍ରମିକ ଫେବୃଆରୀ ମାସରୁ ସେମାନଙ୍କ ଦରମା ପାଇନାହାନ୍ତି | ଦରମା ନପାଇ ସେମାନେ ଗୁରୁତର ଆର୍ଥିକ ଅନାଟନ ଭିତରେ ଗତି କରିଛନ୍ତି | ଏତଦ୍ବ୍ୟତୀତ ଚାକିରୀ ହରାଇଥିବା ୬୩୪ ପରିବାର ମଧ୍ୟ ସେମାନଙ୍କ ପାଉଣା ନପାଇ ଗୁରୁତର ଦୁର୍ଦ୍ଦଶା ଭିତରେ ଦିନ କାଟୁଛନ୍ତି | ସେମାନଙ୍କ ମଧ୍ୟରୁ ୧୪ ଜଣ ମୃତ୍ୟୁବରଣ କଲେଣି ଓ ଜଣେ ବି ଆତ୍ମହତ୍ୟା କରିଛନ୍ତି |  

ଏନଆଇଏନଏଲରେ ସ୍ଥଗିତ ରହିଥିବା ଉତ୍ପାଦନକୁ ପୁଣି ବାହାଲ କରିବା ପାଇଁ ଏମଏମଟିସିକୁ ନିର୍ଦ୍ଦେଶ ଦିଆଯାଉ, ଯାହାକି ଏନଆଇଏନଏଲର ଡ଼ିସଇନଭେଷ୍ଟମେଣ୍ଟ ପ୍ୟାନେଲ ଏଗ୍ରିମେଣ୍ଟର ସର୍ତ୍ତ ଥିଲା | ଡ଼ିସଇନଭେଷ୍ଟମେଣ୍ଟ ପ୍ରକ୍ରିୟା ଶେଷ ହେବ ଯାଏ ଏମଏମଟିସି କର୍ମଚାରୀଙ୍କୁ ଦରମା ଦବ ଓ କମ୍ପାନୀର ଉତ୍ପାଦନ ଜାରି ରଖିବ | ହେଲେ ଏମଏମଟିସି କର୍ମଚାରୀଙ୍କ ଦରମା ଦେଇ ନଥବା ବେଲେ କମ୍ପାନୀର ଉତ୍ପାଦନକୁ ବଂଦ କରି ଦେଇଛି | ଏନଆଇଏନଏଲ ଉତ୍ପାଦନ ପୁନଃ ବାହାଲ କରିବା ପାଇଁ ଶ୍ରୀ ଘଡ଼ାଇ ଦାବି କରିଛନ୍ତି | ଏହା ସହିତ ଏନଆଇଏନଏଲ  ପରିସରରେ ରହିଥିବା ପ୍ରାୟ ୨୩୦ କୋଟି ଟଙ୍କା ମୂଲ୍ୟର  ଫିନିଶଡ଼ ପ୍ରଡକ୍ଟ ସବୁକୁ ଏମଏମଟିସି SAILର ରାଉରକେଲା ବା ବୋକାରୋକୁ ବିକ୍ରି କରି ବିକ୍ରି ରାଶିକୁ ନୀଳାଚଳ ବ୍ୟାଙ୍କ ଆକାଉଣ୍ଟରେ ଜମା ରଖବା ସହ  OMC,IPICOL ଜରିଆରେ କର୍ମଚାରୀଙ୍କୁ ଦରମା ଓ ଭେଣ୍ଡରମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ଲାଗି ରାଜ୍ୟ ସରକାର ଏମଏମଟିସିକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ଘଡ଼ାଇ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି | 

ସୂଚନାଯୋଗ୍ୟ ଯେ କୋରେଇ ବିଧାୟକ ଇଂ  ଘଡ଼ାଇ ଗତମାସ ୨୨ ତାରିଖରେ ଏ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଶିଳ୍ପ ଏବଂ ଖଣି ଓ ଇସ୍ପାତ ସଚିବଙ୍କୁ ପତ୍ର ଲେଖି କର୍ମଚାରୀଙ୍କ ଦୁରବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ |  ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼(ଏନଆଇଏନଏଲ)ର କର୍ମଚାରୀ ଓ ଶ୍ରମିକଙ୍କ ୭ମାସର ଦରମା  ପ୍ରଦାନ ସହ ଭିତ୍ତିଭୂମି,ଖଣି ଲିଜ୍ ଏବଂ ଉଚ୍ଚକୋଟୀର ମାନବ ସମ୍ବଳ ଥିବାଏନଆଇଏନଏଲକୁ ଲାଭ ପ୍ରଦାନକାରୀ ରାଷ୍ଟ୍ରାୟତ୍ତ ସଂସ୍ଥା ସହ ବିଲୟ କରି ପୁନଃଋଦ୍ଧାର କରିବାକୁ ତାଙ୍କ ପତ୍ରରେ ଅନୁରୋଧ କରିଥିଲେ  ବିଧାୟକ ଇଂ ଘଡ଼ାଇ  | 

 

 

 

 

 

0
0
0
s2sdefault