ବରଗଡ଼-ଗୌରାଙ୍ଗ ଦାଶ /ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଭଣ୍ଡାରପୁରୀ ପଞ୍ଚାୟତରେ ବଡ଼ଅନକି ଗ୍ରାମ ରେ ଗତ ୨୬/୮ ରୁ ୨୮/୮ ତିନିଦିନ ର ଲଗାଣ ବର୍ଷା ରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାର ଚାଷୀ ଅଭିଯୋଗ କରିଛନ୍ତି।ଗ୍ରାମ କୁ ଲାଗିରହିଥିବା ଛତିଶଗଡ଼ ପଟ ରୁ ଦେଇ ଆଶିଥିବା ଜଙ୍ଗନଦୀର ବଢି ପାଣି ଚାଷଜମି ମାନଙ୍କ ରେ ପ୍ରବେଶ କରି ଦୀର୍ଘ ଦିନଧରି ବୁଡିରହିଥିବା ରୁ ଧାନ ଫସଲ ତକ ସଢ଼ି ନଷ୍ଟ ହୋଇଛି।ଯାହାକୁ ନେଇ ବହୁବାର ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଙ୍କ ଧ୍ୟାନ ଆକର୍ଷଣ କରା ଯାଇଥିଲେ ବି ଏ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କୌଣସି ସରକାରୀ ସହାୟତା ମିଳିପାରିନାହିଁ ।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଆଜି ଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ କି କ୍ଷତିଗ୍ରସ୍ତ ଚାଷୀଙ୍କୁ କୌଣସି ସୁବିଧା ସୁଯୋଗ ଘୋଷଣା କରାଯାଇନାହିଁ। ଶେଷରେ ଝାରବନ୍ଧ ତହସିଲ ଅଫିସ ଆଗରେ ଧାରଣା ଦେବାକୁ ବାଧ୍ୟ ହୋଇଛୁ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି।
କର୍ମୁ ବରିହା,ରିଖିରାମ ବରିହା,ଗୋରା ବରିହା ଙ୍କ ନେତୃତ୍ୱ ରେ ବହୁଚାଷୀ ଓ ଗ୍ରାମ ବାସୀ ଦାବିକୁ ସମର୍ଥନ କରି ଧାରଣାରେ ବସିଥିଲେ।ତହସିଲଦାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।ବଡ଼ଅନକି ଗାଁ ର ମୋହନ ସାହୁ,ବଜ୍ରମୋହନ ସାହୁ ,ଭୂଷଣ ସାହୁ,ପୂର୍ଣାନନ୍ଦ ସାହୁ,କୃପାସିନ୍ଧୁ ସାହୁ,ସେବାରାମ ବରିହା,ଶ୍ୟାମଲାଲ ନାଗ,ଗୋରା ବରିହା,ମାଧବ ଷ।ଣ୍ଢ,ଭଗବାନ ବରିହା,ଦୁଖୀଶ୍ୟାମ ବରିହା,କର୍ମୁ ବରିହା,ଘସିରାମ ବରିହା,ସନ୍ତୋଷ ବରିହା,କ୍ଷୀରୋଦ ସାହୁ,ରୁକମନ ସାହୁ,ଉପେନ୍ଦ୍ର ପ୍ରଧାନ,ଧନିରାମ ସାହୁଙ୍କ ସମେତ ଆହୁରି ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି।ଏମାନଙ୍କ ଜମି କମ ଥିବାରୁ ଉତ୍ପାଦିତ ଧାନ କୁ ହିଁ ବର୍ଷସାରା ଖାଉଥିବାରୁ ଫସଲ ନଷ୍ଟ ସମସ୍ତଙ୍କ ଆର୍ଥିକ ସ୍ଥିତିକୁ ବିପନ୍ନ ହୋଇଛି।
ସମ୍ପୂର୍ଣ ଫସଲ ହାନି ଓ ଜମି ନଷ୍ଟ ବାବଦକୁ କ୍ଷତିପୂରଣ ପ୍ରଦାନ କରିବାକୁ ଆନ୍ଦୋଳନ କାରୀ ମାନେ ଦାବି କରିଥିଲେ।ଏଣୁ ବରଗଡ଼ ଜିଲ୍ଲାପାଳ ଓ କୃଷି ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ନେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା କରିବା ପାଇଁ ଚାଷୀ ମହଲରେ ଦାବି କରିଛନ୍ତି।











