ହେଡଲାଇନସ୍:

ଝାରସୁଗୁଡା ଜିଲ୍ଲାରେ ୬ ସ୍ପଞ୍ଜ ଆଇରନ୍‍ ଓ ୩ଟି ତାପଜ ବିଦ୍ୟୁତ କେନ୍ଦ୍ର : ପରିବେଶ ମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଝାରସୁଗୁଡା ଜିଲ୍ଲାୋର ବର୍ତ୍ତମାନ ୬ଗୋଟି ସ୍ପଞ୍ଜ ଆଇରନ୍‍, ୩ଟି ତାପଜ ବିଦୁ୍ୟତ୍‍ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । ଏହି କାରଖାନା ଗୁଡିକରୁ ନିର୍ଗତ ବର୍ଜ୍ୟବସ୍ତୁ ଗଚ୍ଛିତ କରିବା ନିମେନ୍ତ ରାଜ୍ୟ ପ୍ରଦୂଣଣ ନିୟନ୍ତ୍ରଣ ବୋର୍ଡ ଅନୁମତି ପ୍ରଦାନ କରିଥିବା ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । 

ବିଧାନସଭାରେ ଶ୍ରୀମତୀ ଟେଟେ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଝାରସୁଗୁଡା ଜିଲ୍ଲାରେ ଥିବା ୬ଟି ସ୍ପଞ୍ଜ ଲୁହା କାରଖାନରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁ ଗଚ୍ଛିତ ନିମନ୍ତେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁମତି ଦେଇଛନ୍ତି । ଏହି କାରଖାନା ମଧ୍ୟରେ ଭଗବତୀ ଷ୍ଟିଲ୍‍ ପ୍ରାଇଭେଟ ଲିମିଟେଡ, ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ, ଏସ୍‍ଏମ୍‍ସି ପାୱାର, ଜୟ ହନୁମାନ ଉଦ୍ୟୋଗ, ସେଭେନ ଷ୍ଟାର ଷ୍ଟିଲ ଲିମିଟେଡ ଏବଂ ଏଲ୍‍.ଏନ୍‍.ମେଟାଲିକ୍ସ ଲିମିଟେଡ ରହିଛି । ଏହିସବୁ କାରଖାନାର ବର୍ଜ୍ୟବସ୍ତୁ ପ୍ରାୟ ୧୨୪ ଏକର ଜମିରେ ପକାଇବାକୁ ଅନୁମତି ଦିଆଯାଇଛି । 

ସେହିଭଳି ଝାରସୁଗୁଡା ଜିଲ୍ଲାର ବନହରପାଲି ଠାରେ ଥିବା ଓଡିଶା ତାଜପ ବିଦ୍ୟୁତ  ନିଗମ (ଓପିଜିସି) କାରଖାନାରୁ ବାହାରୁଥିବା ପାଉଁଶ ପକାଇବାପାଇଁ ୪ଟି ସ୍ଥାନ ଚିହ୍ନଟ ହୋଇଛି । ଜିଲ୍ଲାର ବଞ୍ଜାରୀ ଠାରେ ଥିବା ବେଦାନ୍ତ କାରଖାନାର ପାଉଁଶ ପକାଇବାପାଇଁ କଟିକେଲା ଠାରେ ୧୯୨ ଏକର ଓ କୁରେବାଗ ଠାରେ ୪୩ ଏକରର ଦୁଇଟି ପାଉଁଶ ପୋଖରୀ ରହିଛି । ଏଠାରେ ଯଥାକ୍ରମେ ୬.୧୭ଲକ୍ଷ ମେଟ୍ରିକ ଟନ୍‍ ଓ ୫.୪୬ଲକ୍ଷ ମେଟି୍ରକ ଟନ୍‍ ପାଉଁଶ ରଖିବାର ବ୍ୟବସ୍ଥା ଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । 

 

0
0
0
s2sdefault