ହେଡଲାଇନସ୍:

ଗଣ୍ତାବଜା କଳାକାରଙ୍କୁ ଚିହ୍ନଟ  କରି ପଞ୍ଜିକୃତ କରିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁର: ପଦ୍ମପୁର ଉପଖଣ୍ତ ଝାରବନ୍ଧ  ବ୍ଲକର  ଲକ୍ଷେ ଘର ଗଣ୍ତା ସମାଜର ସଭାପତି ଶ୍ରୀ ଭୋଜରାଜ ବାଗ ଝାରବନ୍ଧ ବ୍ଲକ ବିଡିଓ ରୁନୁ ଲାକ୍ରାଙ୍କ ମାଧ୍ୟମରେ ଜିଲ୍ଲାପାଳ ବରଗଡ଼ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି  । ସୂଚନା ଅନୁସାରେ  ବରଗଡ଼ ଜିଲ୍ଲାର ହେଉଛି ଏକ କଲାଶିକ୍ତ ମାଟି । କଳା ସଂସ୍କୃତିର ଚିରସାଥି ହେଉଛି ଗଣ୍ତା ବଜା କଳାକାର(ବଜନିଆ) । ଗଣ୍ତା ବଜା ବିବାହ ତଥା ପୂଜା ପାର୍ବଣରେ  ସହଯୋଗ କରି ବିଭିନ୍ନ ଉତ୍ସବକୁ ମନୋରଞ୍ଜନ ତଥା ଚିତାକର୍ଷକ କରିଥାଏ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରି ଲୋକଙ୍କ ମନକୁ ହରଣ କରିଥାଏ  । ମାତ୍ର ଚଳିତ ବର୍ଷ କୋଭିଡ - ୧୯ ପାଇଁ ଲକ୍ ଡାଉନ ସମୟରେ ପୂଜା ପାର୍ବଣ,ବିବାହ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଧ ହୋଇ ଯାଇଛି  । ଯାହା ଦ୍ବାରା ଗଣ୍ତା ବଜନିଆ ମାନେ ପେଟ ପାଟଣାର ଚିନ୍ତାରେ ଦୟନୀୟ ବେସହାରା ଅବସ୍ଥାରେ ଜୀବନ ଯାପନ କରୁଛନ୍ତି  । ତେଣୁ ବରଗଡ଼ ଜିଲ୍ଲାର ସମସ୍ତ ବ୍ଲକର ଗଣ୍ତାବଜା କଳାକାର ( ବଜନିଆ ) ମାନଙ୍କୁ ଚିହ୍ନୋଟ କରି ତଥା ପଞ୍ଜିକୃତ କରି ସରକାରୀ ଆର୍ଥିକ ସାହାର୍ଯ୍ଯ ପ୍ରଦାନ କରିବା ନିମନ୍ତେ ବରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଦାବି କରା ଯାଇଛି  । ଦାବି ପତ୍ର ଦେବା ସମୟରେ ଲକ୍ଷେ ଘର ଗଣ୍ତା ସମାଜ ଝାରବନ୍ଦ ବ୍ଲକ ସଭାପତି ଭୋଜରାଜ ବାଗ, ମୋତିଲାଲ ବାଗ,ଦୌଲତ ତାଣ୍ତି  ପ୍ରମୁଖ ଉପସ୍ଥିତ ଥିଲେ  । ଏହାର ଅବିକଳ ନକଲ ମୁଖ୍ୟମନ୍ତ୍ରୀଙ୍କର ଉଦ୍ଦେଶ୍ୟରେ ମଧ୍ୟ ପ୍ରଦାନ କରାଯାଇଛି ବୋଲି ଜଣାପଡେ ।

 

0
0
0
s2sdefault