ହେଡଲାଇନସ୍:

ମୟୂରଭଞ୍ଜରୁ ନୂଆ ୧୭୧ ପଜିଟିଭ ଚିହ୍ନଟ , ଆକ୍ରାନ୍ତ ସଂଖ୍ୟା ୬, ୭୫୯ କୁ ବୃଦ୍ଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚଳିତ ସେପ୍ଟେମ୍ବରରେ ବାରିପଦା ପୌରପରିଷଦରେ ଆକ୍ରାନ୍ତ ସଖ୍ୟା ୮୦୫ରେ ପହଁଞ୍ଚିଛି

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ମୟୂରଭଞ୍ଜ ଜିଲ୍ଲାରେ ସ୍ଥାନୀୟ ସଂସ୍ପର୍ଶରୁ ୧୬୭ ଏବଂ ଭୂବନେଶ୍ୱର ଓ କଟକଠାରେ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪ ଜଣଙ୍କୁ ମିଶାଇ ମୋଟ ୧୭୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଆକ୍ରାନ୍ତମାନଙ୍କ ସଂଖ୍ୟା ୬ ହଜାର ୭୫୯କୁ ବୃଦ୍ଧି ପାଇଛି । ତେବେ ଜିଲ୍ଲାରେ ଆଜି ବାରିପଦା ପୌରପରିଷଦରୁ ମଧ୍ୟ ସର୍ବାଧିକ  ୩୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଚଳିତ ସେପ୍ଟେମ୍ବର ମାସରେ ବାରିପଦା ପୌରପରିଷଦରେ ଆକ୍ରାନ୍ତମାନଙ୍କ ସଂଖ୍ୟା ୮୦୫ରେ ପହଁଞ୍ଚିଛି । ସେହିପରି ବାରିପଦା ବ୍ଲକରୁ ୨, ବଡ଼ସାହି ବ୍ଲକରୁ ୧୧ , ବହଳଦାରୁ ୩, ବାଙ୍ଗିରିପୋଷିରୁ ୧, ବେତନଟୀରୁ ୧, ବିଶୋଇରୁ ୪, ଗୋପବନ୍ଧୁନଗରରୁ ୧୨, ଯଶୀପୁରରୁ ୭, କପ୍ତିପଦାରୁ ୫, କରଞ୍ଜିଆ ବ୍ଲକରୁ ୬, କରଞ୍ଜିଆ ଏନଏସିରୁ ୬, ଖୁଣ୍ଟା ବ୍ଲକରୁ ୨, କୁଳିଅଣା ବ୍ଲକରୁ ୧, ମୋରଡ଼ା ୫, ରାଇରଙ୍ଗପୁର ବ୍ଲକରୁ ୬, ରାଇରଙ୍ଗପୁର ପୌରପରିଷଦରୁ ୨, ରରୁଆଁରୁ ୫, ରାସଗୋବିନ୍ଦପୁର ୪, ଶାମାଖୁଣ୍ଟାରୁ ୭, ଶୁକୃଳିରୁ ୪, ଶୁଳିଆପଦାରୁ ୨୨, ଠାକୁରମୁଣ୍ଡାରୁ ୯ ଓ ତିରିଂ ବ୍ଲକରୁ ୩  ଜଣେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାର ଜଣାପଡ଼ିଛି । ଆକ୍ରାନ୍ତମାନଙ୍କ ମଧ୍ୟରୁ କୌଣସି ଲକ୍ଷଣ ନ ଥିବା ଓ ସ୍ୱଳ୍ପ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ କେତେକ ନିଜ ଘରେ ହୋମ ଆଇସୋଲେସନରେ ରହିଥିବା ବେଳେ ଅନ୍ୟ କେତେକଙ୍କ ସହ କ୍ରିଟିକାଲ ସଂକ୍ରମିତମାନଙ୍କୁ କୋଭିଡ଼ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଏଥିସହିତ ସେପ୍ଟେମ୍ବର ୨୦ ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୫ ହଜାର ୩୭୮ ଓ ୨୧ ପର୍ଯ୍ୟନ୍ତ ସକ୍ରିୟ ସଂଖ୍ୟା ୧ ହଜାର ୩୬୩ ରହିଛି । ସେହିପରି ଆଜି ଜିଲ୍ଲାରୁ ଜଣେ ଚିକିତ୍ସାଧୀନ ୭୪ ବର୍ଷ ବୃଦ୍ଧଙ୍କ ମୃତ୍ୟୁ  ଘଟିଥିବା ବେଳେ ଜିଲ୍ଲାରେ ମୃତ୍ୟୁ  ସଂଖ୍ୟା ୧୮ କୁ ବୃଦ୍ଧି ପାଇଛି । 

0
0
0
s2sdefault