-
କୋହଳ ବ୍ୟବସ୍ଥା,ଲଗାମଛଡା ଆକ୍ରାନ୍ତଙ୍କ ସଂଖ୍ୟା
-
ପୂର୍ବାପେକ୍ଷା କ୍ଷିପ୍ର ଗତିରେ କାୟା ବଢ଼ାଉଛି ଭୁତାଣୁ, ନିୟନ୍ତ୍ରଣ ବ୍ୟବସ୍ଥା ବାଟବଣା
-
ସରକାରଙ୍କ ଭୂମିକା ଓ କାର୍ଯ୍ୟଧାରା ସରକାର ବାହାଦୁରଙ୍କୁ ଜଣା
-
ଚିନ୍ତା ଭିତରେ ଆଶ୍ବସ୍ତିର କାରଣ ସାଜିଛି ସୁସ୍ଥଙ୍କ ହାର
-
ଓଡ଼ିଶାରେ ଆକ୍ରାନ୍ତ ୧୭୯୮୮୦କୁ ସୁସ୍ଥ ହେଲେଣି ୧୪୧୬୫୭
-
ଦେଶରେ ଆକ୍ରାନ୍ତ ୫୪,୦୦,୬୨୦ଜଣକୁ ସୁସ୍ଥ ହେଲେଣି ୪୩,୦୩,୦୪୪
-
ଆଜି ଭାରତରେ ୯୨,୬୦୫ /୧,୧୩୩ : ଓଡ଼ିଶାରେ ୪୩୩୦/୧୦
ନୂଆଦିଲ୍ଲୀ /ଭୁବନେଶ୍ୱର (ଶାସକ ପ୍ରଶାସକ) : ସରକାରଙ୍କ କଟକଣା କୋହଳ କରିବା ପରେ ସାରାଦେଶରେ ଲଗାମ ଛଡ଼ା ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଉ କରୋନା ମୃତ୍ୟ | ଲିଭ ଉଇଥ କରୋନା ଏବେ ପାଲଟିଛି ଜୀବନ ଶୈଳୀ | ଲୋକଙ୍କ ଭିତରେ ଆତଙ୍କ ଯଦିଓ ଅଛି, ହେଲେ ଆବଶ୍ୟକତା ଆଗରେ ହାର ମାନିଯାଉଛି କଟକଣା ଓ ଶୃଙ୍ଖଳା | ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଚିନ୍ତାର କାରଣ ଥିବା ବେଳେ ଆଶ୍ବସ୍ତିର କାରଣ ପାଲଟିଛି ଏହି ରୋଗରୁ ସୁସ୍ଥ ହେଉଁର୍ଥିବ ଲୋକଙ୍କ ହାର | ସେପଟେ ସଂସଦ ବି ଆଗୁଆ ବନ୍ଦ କରିବାକୁ ବି ଚିନ୍ତା କଲେଣି ସରକାର | ଆକ୍ରାନ୍ତଙ୍କ ସହ ତାଳ ଦେଇ ଚାଲିଛି ଘୋଷଣା ଭାଷଣରୁ ଲାଗୁଛି ସବୁକିଛି ଠିକଣା ଢଙ୍ଗରେ ଚାଲିଛି | ହେଲେ ଉପରମୁହାଁ କରୋନା ମୁକାବିଲା ନେଇ କଣ ରଣନୀତି, ସରକାରଙ୍କ ଭୂମିକା ଓ କାର୍ଯ୍ୟଧାରା ସରକାର ବାହାଦୁରଙ୍କୁ ଜଣା | ପୂର୍ବାପେକ୍ଷା କ୍ଷିପ୍ର ଗତିରେ କାୟା ବଢ଼ାଉଥିବା ଭୁତାଣୁର ବ୍ୟାପକତାକୁ ଦେଖିଲେ ନିୟନ୍ତ୍ରଣ ବ୍ୟବସ୍ଥା ବୋଧ ହୁଏ କେଉଁଠି ବାଟବଣା ହେଲାପରି ଅନୁଭବ ହେଉଛି | ସତ କହିବାକୁ ଗଲେ ଜୀବନ -ଜୀବିକାର ଦୋ ଛକିରେ ଏଣେ ସମସ୍ତେ ଠିଆ |
ଆଜି ଦେଶରେ ଚଉବନ ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୯୨,୬୦୫ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୧୩୩ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୫୪,୦୦,୬୨୦ ହୋଇଥିବା ବେଳେ ଏ ଯାବତ ଦେଶରେ ୪୩,୦୩,୦୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଦେଶରେ ଏଯାବତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୦,୮୨୪ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୬,୭୫୨ ରେ ପହଂଚିଛି |
ସେହିପରି ଆଜି ରାଜ୍ୟରେ ୪୩୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଆଜି ପ୍ରାଣ ହରାଇଛନ୍ତି ୯ ଜଣ କରୋନା ରୋଗରେ | ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୫୬ ଜଣ ସଂଗରୋଧରୁ ଓ ୧୭୭୪ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି | ଗତକାଲି ୪୦୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯୮୮୦ ରେ ପହଂଚିଛିଥିବା ବେଳେ ଏଯାବତ ୧୪୧୬୫୭ ସୁସ୍ଥ ହୋଇସାରିଲେଣି | ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମାତ୍ର ୩୭୪୬୯ ରହିଛି | ରାଜ୍ୟରେ ଏଯାବତ ୨୭୬୬୯୭୬ ଟି ନମୁନା ଯାଞ୍ଚ ହୋଇସାରିଲାଣି |
Covid-19 Report For 19th September
New Positive Cases: 4330
In quarantine: 2556
Local contacts: 1774
New Recovery: 4090
Cumulative Tested: 2766976
Positive: 179880
Recovered: 141657
Active Case: 37469
District Wise Cases
1. Angul: 176
2. Balasore: 121
3. Bargarh: 99
4. Bhadrak: 74
5. Balangir: 79
6. Boudh: 47
7. Cuttack: 549
8. Deogarh: 12
9. Dhenkanal: 67
10. Gajapati: 16
11. Ganjam: 51
12. Jagatsinghpur: 167
13. Jajpur: 158
14. Jharsuguda: 153
15. Kalahandi: 100
16. Kandhamal: 178
17. Kendrapada: 107
18. Keonjhar: 118
19. Khurda: 644
20. Koraput: 94
21. Malkangiri: 63
22. Mayurbhanj: 152
23. Nawarangpur: 133
24. Nayagarh: 53
25. Nuapada: 62
26. Puri: 292
27. Rayagada: 85
28. Sambalpur: 107
29. Sonepur: 25
30. Sundargarh: 123
31. State Pool: 225