ଲକାନଗିରି / ବି ଶ୍ରୀନିବାସ ପାତ୍ର: ମାଲକାନଗିରି ଜିଲ୍ଲାରେ ଥିବା ଜଙ୍ଗଲ ଓ ଘଞ୍ଚ ପାହାଡ ଗୁଡିକ ଦିନକୁ ଦିନ ଶ୍ରୀହୀନ ହେବାରେ ଲାଗିଛି ।ଫଳରେ ଜଙ୍ଗଲରେ ରହୁଥିବା ବନ୍ୟା ଜନ୍ତୁ , ସାପ ଓ ଶରୀସୃପ ନିରୁପାୟ ହୋଇ ବଞ୍ଚିବା ପାଇଁ ଆବଶ୍ୟକୀୟ ଖାଦ୍ୟ ଅନ୍ୱେଷଣ ରେ ପୂର୍ବରୁ ବହୁବାର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନ ବସତି ମୁହାଁ ହେଓଉଥିବା ନଜିର ରହିଛି ।ଏଭଳି ସ୍ଥିତିରେ ପୁଣି ଆଜି ଏକ ବିରାଟ କାୟ ଅଜଗର ସାପ ମାଲକାନଗିରି ଜିଲ୍ଲାର ପରଜା ଗୁଡା ଗ୍ରାମରେ ବୁଲୁଥିବା ସ୍ଥାନୀୟ ଲୋକମାନେ ଦେଖି ଆତଙ୍କିତ ହୋଇ ଘଟଣା ସମ୍ପର୍କରେ ମାଲକାନଗିରି ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନ କୁ ଖବର ଦେଇଥିଲେ ।ସୂଚନା ପାଇ ତୁରନ୍ତ ମାଲକାନଗିରି ରେଞ୍ଜର ବାସୁଦେବ ନାୟକ ଙ୍କ ନିର୍ଦ୍ଧେଶ କ୍ରମେ ବନ ବିଭାଗ କର୍ମଚାରି ଓ ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ମାନେ ଉକ୍ତ ଗାଁରେ ପହଞ୍ଚି ଅଗଗର ସାପଟିକୁ ଉଦ୍ଧାର କରିଥିଲେ ।ଉଦ୍ଧାର ହୋଇଥିବା ସାପଟି ପ୍ରାୟ 12 ଫୁଟ ଲମ୍ବା ତାହାର ଓଜନ ପ୍ରାୟ 20 କିଲୋରୁ ଉର୍ଦ୍ଧ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବନ ବିହାଗ କର୍ମଚାରୀ ମାନେ ଉକ୍ତ ସାପକୁ ପୁନର୍ବାର ନେଇ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଛନ୍ତି ।
ରାଜ୍ୟ
ଜନବସତିରୁ ୧୨ଫୂଟ ଲମ୍ବା ଅଜଗର ବନବିଭାଗ ଦ୍ୱାରା ଉଦ୍ଧାର ।
- Hits: 289








