କୁଚିଣ୍ଡା/ଜମନକିରା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) ଦାଦନ ଚାଲାଣ ରୋକିବାକୁ ସ୍ଥାନୀୟ କର୍ମ ନିଯୁକ୍ତି ଉପରେ ଗୁରୁତ୍ୱରୋପ କରାଯାଉଛି l ମନରେଗା ଯୋଜନାରେ ବ୍ୟାପକ କର୍ମସଂସ୍ଥାନ ସୃଷ୍ଟି କରିବାକୁ ଫୋକସ କରାଯାଉଛି l ହେଲେ ଏବେ ମନରେଗା କାର୍ଯ୍ୟରେ ବହୁ ସଂଖ୍ୟାକ ଦୁର୍ନୀତି ଦେଖିବାକୁ ମିଳୁଛି l
ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଟନସରl ଗ୍ରାମରେ ୨୦୧୯-୨୦ ରେ ଟନସରା ଗ୍ରାମ୍ୟ କଟା ଉନ୍ନତିକରଣ ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ 7 ଲକ୍ଷ୍ୟ ଅଟକଳ ପରିମାଣରେ ପୋଖରୀ ମାଟି ଖୋଲା କାମ ହୋଇଥିଲା l ଏହି ମାଟି ଖୋଲା କାମରେ ପ୍ରାୟ ୬୦ ରୁ ଉର୍ଦ୍ଧ ଶ୍ରମିକ କାମ କରିଥିବା ନିଜେ ଗାଁ ସାଥି ବୃନ୍ଦାବନ ଦେହୁରୀ ପ୍ରକାଶ କରିଛନ୍ତି l ହେଲେ ଗ୍ରାମବାସୀ ଙ୍କ ଅଭିଯୋଗ କ୍ରମେ 7 ଲକ୍ଷ୍ୟ ର ପୋଖରୀ ମାଟି ଖୋଲା କାମ ଟି ୫ ଲକ୍ଷ୍ୟ ମଧ୍ୟରେ ସାରି ୨ ଲକ୍ଷ୍ୟ ଟଙ୍କା ହଡପ କରି ନେଇ ଯାଇଥିବା ଗ୍ରାମବାସୀ ଙ୍କ ଅଭିଯୋଗ l ପୋଖରୀ ର ଉନ୍ନତିକରଣ ନା ରେ କେବଳ ମାଟି ଖୋଲା ଯାଇଛି l ପୋଖରୀ ର ଚତୁର ପାର୍ଶ୍ୱ ରେ କୌଣସି ଗାଧିବା ତୁଠ ଟିଏ ମଧ୍ୟ ତିଆରି କରାଯାଇନି l ପୁଣି କାମଟି ୧ ମାସରେ ସମାପ୍ତି କରାଯାଇଥିବା ବେଳେ ବାମ ପାର୍ଶ୍ୱରେ ଗୋଟିଏ ଗାର୍ଡୱାଲ କରାଯିବାର ବ୍ୟବସ୍ଥା ରହିଥିଲା l ତାହା ମଧ୍ୟ ଏ ପର୍ଯ୍ୟନ୍ତ ତିଆରି ହୋଇନି l ଯାହା ଫଳରେ ପାହାଡ଼ ରୁ ଝରି ଆସୁଥିବା ଝରଣା ପାଣିରେ ପୋଖରୀ ହିଡ଼ ଟି ପାଣିରେ ଧୋଇ ନେଇ ଯାଉଥିବା ଅଭିଯୋଗ ହୋଇଛି l ପୋଖରୀ ମାଟି ଖୋଲା କାମକୁ ଦେଖିଲେ ୩ ଲକ୍ଷ୍ୟ ମଧ୍ୟରେ କାମଟି ସରିଯାଇଥିବା ଭଳିକା ଦିଶୁଥିବା ବେଳେ ଜିଆରଏସ ଓ ଗାଁ ସାଥି ମିଶି ଆଉ ପଇସା କୁଆଡେ ଦେଲେ ବୋଲି ଗ୍ରାମବାସୀ ପ୍ରଶ୍ନ କରୁଛନ୍ତି l ଏହାକୁ ନେଇ ଗାଁ ସାଥି ବୃନ୍ଦାବନ ଦେହୁରୀ ଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ୫ ଲକ୍ଷ୍ୟର କାମ ସରିଛି ବର୍ଷା ଯୋଗୁଁ କାମ ବନ୍ଦ କରିଦେଲୁ ଆଗାମୀ ବର୍ଷ ରେ ଗାର୍ଡୱାଲ ତିଆରି କରିବୁ ବୋଲି କହିଥିଲେ l ପୁଣି ବଡ଼ରମା ଜିଆରଏସ ସରୋଜ କୁମାର ଅଚର୍ଯ୍ୟା ଙ୍କୁ ଏହି ବିଷୟକୁ ନେଇ ପଚାରିବାରୁ ମୁଁ ଫାଇଲ ଦେଖିଲେ ଜଣାଯିବି ମୁଁ ସେ କାମକୁ ତଦାରଖ କାରିବା ପାଇଁ ଯାଇନଥିଲି ଯାଇକି ଶନିବାର କୁ ଦେଖିଦେବି l ହେଲେ ପୋଖରୀ ତୁଠ ଟି ଝରଣା ପାଣିରେ ଧସିଯିବା ଆଗରୁ ପୁଣି ବଳକା ପଇସା ରେ ଗାର୍ଡୱାଲ କାମକୁ ଆରମ୍ଭ କରି ଗ୍ରାମବାସୀ ଙ୍କୁ କର୍ମ ନିଯୁକ୍ତି ଯୋଗାଇଦିଆ ଯାଉ ବୋଲି ଦାବୀ ହେଉଛି l