ଟିଟିଲାଗଡ (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଗସ୍ତରେ ଥିବା କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ନିମନ୍ତ୍ରଣ କ୍ରମେ ଟିଟିଲାଗଡ ଗସ୍ତ କରି ବିଭିନ୍ନ କ୍ରୀଡା ଭିତ୍ତିଭୂମିର ସ୍ଥିତି ଅନୁଷ୍ଠିତ କରିଥିଲେ | ଏହି ଗସ୍ତ ସମୟରେ ପୁର୍ତ୍ତବିଭାଗ ଡାକବଙ୍ଗଳାରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୌଠକରେ ଆଲୋଚନା ପରେ ବ୍ୟାଡମିଣ୍ଟନ ଇଣ୍ଡୋର ଷ୍ଟାଡିୟମ୍, ସ୍ୱିମିଂ ପୁଲ୍ ଓ ଅଭିମନ୍ୟୁ ମିନି ଷ୍ଟଡିୟମ ପରିଦର୍ଶନ କରି ମିନି ଷ୍ଟାଡିୟମ୍ ଠାରେ ଏକ ଓପନ ଜିମ, ହାଇ ଜମ୍ପ, ଲଂଗ୍ ଜମ୍ପ୍, ବାସ୍କେଟ୍ ବଲ, କ୍ରିକେଟ୍ ଆଦି ଖେଳର ଉନ୍ନତି ପାଇଁ ଟିଟିଲାଗଡ ସବକଲେକଟର ଓ ଜିଲ୍ଲା କ୍ରିଡା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ | ବୈଠକରେ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଜିଲ୍ଲା କ୍ରିଡା ଅଧିକାରୀ ରାଜେନ୍ଦ୍ର ବଢ଼େଇ | ଏହି ଅବସରରେ ବିଜୁ ଜନତା ଦଳ ଯୁବ ଶାଖାପକ୍ଷରୁ ଏକ ସ୍ମାରକପତ୍ର ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ପ୍ରଦାନ କରିଥିଲେ | ପ୍ରେମଚାନ୍ଦ ଜୈନ , ଅରୁଣ ମିଶ୍ର, ଅରୁଣ ବାଗ ଓ ଅଂଚଳର ବହୁ ଖେଳାଳିମାନେ ଥିଲେ। ଏହି ଅବସରରେ ଟିଟିଲାଗଡ ବ୍ଳକ ଅଧକ୍ଷା ରମାକାନ୍ତି ପୁଟେଲ ଓ ବିଜୁ ଜନତା ଦଳ ନେତୃବୃନ୍ଦ ଉପସ୍ଥିତ ଥିଲେ।











