ଲଉଡିଦରହା ସମବାୟ ସମିତିକୁ ଛୁଇଁଲା କରୋନା ।
ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଉଡିଦରହା ପଞ୍ଚାୟତ ର ଲଇଡିଦରହା ଏବଂ ଡୁଙ୍ଗୁରିପାଲି ଗ୍ରାମରେ କରୋନା ହୋଇଥିବା ଜଣାପଡିଛି।ଲଉଡିଦରହା ଗ୍ରାମ ପଞ୍ଚାୟତ ର ସରପଞ୍ଚ ବଳରାମ ଖମାରୀ ଡୁଙ୍ଗରିପାଲି ଗ୍ରାମ କୁ ୧୬/୯/୦୨୦ ଠାରୁ ୧୮/୯/୦୨୦ ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି।ଲଉଡିଦରହା ସମବାୟ ସମିତିର ୪ଜଣ କର୍ମଚାରୀ ଙ୍କୁ କରୋନା ଆକ୍ରାନ୍ତ ହୋଇ ଥଣ୍ଡା,କାଶ, ଜ୍ଵର ଆଜି ହୋଇଥିବାରୁ ସେମାନଙ୍କୁ ହୋମ ଆଇଶୋଲେସନ ରେ ରହିବାକୁ ପରାମର୍ଶ ଦିଆଯାଇଛି।ପ୍ରତିଦିନ ବହୁ ସଂଖ୍ୟା ରେ ଚାଷୀ ମାନେ ସମବାୟ ସମିତିକୁ ଆସୁଥିବାରୁ ସଂକ୍ରମଣ କୁ ପ୍ରତିରୋଧ କରିବା ନିମନ୍ତେ ଚାଷୀମାନଙ୍କ ପ୍ରବେଶ ଉପରେ ରୋକ ଲଗାଇ ସଙ୍ଗେ ସଙ୍ଗେ ସମିତିର ଅନ୍ୟ ଏକ କର୍ମଚାରୀ ଦେବରାଜ ସାହୁ ସମବାୟ ସମିତି ଅଧୀନରେ ଥିବା ବିଭିନ୍ନ ଗ୍ରାମ ମାନଙ୍କୁ ଯାଇ ଚାଷୀମାନଙ୍କୁ ସୂଚନା ଦେଇଥିଲେ।ଚାଷୀମାନେ ଏହା ଜାଣିବା ପରେ କେତେକ ଚାଷୀ ତାଙ୍କ ନିଜ ନିଜ ଗ୍ରାମ ର ଦେବାଳୟ ଠାରେ ଦୀପ ଦାନ କରି ତାଙ୍କର ଆରୋଗ୍ୟ କାମନା କରିଛନ୍ତି।












