ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :- ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଲୁହାପଙ୍କ ଗ୍ରାମ ପଞ୍ଚାୟତର ବେତଗଡ ଠାରୁ ଖରସାଳି ପର୍ଯ୍ୟନ୍ତ ଯାଇଥିବା ରାସ୍ତା ବହୁଦିନରୁ ଖାଲଖମାରେ ପରିଣତ ହୋଇରହିଥିଲା । ଟିକିଏ ବର୍ଷା ହେଲେ ଏ ରାସ୍ତାରେ ଗମନାଗମନ କଷ୍ଟକର ହୋଇ ପଡୁଥିଲା । ରାସ୍ତା ପ୍ରତି ଜନପ୍ରତିନିଧି ଏବଂ ପ୍ରଶାସନ ର ଦୃଷ୍ଟି ପଡୁନଥିବା ଯୋଗୁଁ ଲୋକେ ଅଣ୍ଟା ଭିଡିଲେ । ବେତଗଡ, ଖରସାଳି ଗ୍ରାମବାସୀଙ୍କ ସହଯୋଗରେ ରାସ୍ତା ମରାମତି କରାଯାଇଛି । ଫଳରେ ଏ ରାସ୍ତାରେ ଯାତାୟାତ କରିବା ବର୍ତ୍ତମାନ ସହଜ ହୋଇଛି । ଗ୍ରାମବାସୀଙ୍କ ଏଭଳି କାମକୁ ଜନସାଧାରଣରେ ପ୍ରଶଂସା କରାଯାଇଛି ।
ରାଜ୍ୟ
ଗ୍ରାମବାସୀଙ୍କ ଦ୍ୱାରା ମରାମତି ହେଲା ରାସ୍ତା
- Hits: 621