ବରଗଡ :- ଅନେକ ଅଧିକାରୀ ଅଛନ୍ତି ଯେଉଁମାନେ କେବଳ ନାମକୁ ମାତ୍ର ନିଜର କର୍ତ୍ତବ୍ୟ କରିଥାନ୍ତି । ଅନେକ ଏମିତିବି ଅଛନ୍ତି ଯେଉଁମାନେ କେବଳ ଠକିବାରେ ମାହୀର । ଅନେକ ଅଧିକାରୀ ଲୋକଙ୍କର ସେବା କରିବାକୁ ନିଯୁକ୍ତ ଥାଇ ମଧ୍ୟ ଲୋକଙ୍କ ସହିତ କଥା ହେବାକୁ ବି ରାଜି ନୁହନ୍ତି । କିନ୍ତୁ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଙ୍କର କଥା ଭିନ୍ନ । ଉପଖଣ୍ଡ ର ପ୍ରତ୍ୟେକ ଗ୍ରାମର ଲୋକଙ୍କର ନିକଟରେ ସେ ଜଣେ ଆଦର୍ଶ , ପରୋପକାରୀ, ନିଷ୍ଠାବାନ , କଠୋର ପରିଶ୍ରମୀ ଅଧିକାରୀ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଉପଖଣ୍ଡ ବାସୀଙ୍କର ସବୁ ପ୍ରକାର ହିତ ପାଇଁ ସବୁବେଳେ ନିଜକୁ ପ୍ରସ୍ତୁତ ରଖିଥାନ୍ତି । ସେଥିପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ବ କରି ବୁଦ୍ଧିଜୀବୀ ମହଲ ତଥା ସ୍ଥାନୀୟ ଅଧିକାରୀ ମାନଙ୍କର ନିକଟରେ ମଧ୍ୟ ଶ୍ରୀ ଦରୁଆନ ଅତ୍ୟନ୍ତ ପ୍ରିୟ ।
ପଦ୍ମପୁର ଉପଖଣ୍ଡରେ ଉପଜିଲ୍ଲାପାଳ ଭାବରେ ଦାଇତ୍ଵ ଗ୍ରହଣ କରିବା ପରଠାରୁ କ୍ରମାଗତ ଭାବରେ ପ୍ରତକ୍ଷ ଭାବରେ ନିଜେ ଏହି ଅଞ୍ଚଳ ର ଲୋକଙ୍କର ପ୍ରତ୍ୟେକ ସମସ୍ୟା କୁ ସମାଧାନ କରିବା ପାଇଁ ପ୍ରୟାସ କରିଛନ୍ତି । କୋରୋନା କଟକଣା ଆରମ୍ଭ ହେବା ପରଠାରୁ ଶ୍ରୀ ଦାରୁଆନ ବାରମ୍ବାର ଉପଖଣ୍ଡ ର ବିଭିନ୍ନ ଅଞ୍ଚଳ କୁ ଗସ୍ତ କରିବା ସହିତ ଲୋକଙ୍କ ସମସ୍ୟା ବୁଝୁଛନ୍ତି । ଏହିକ୍ରମରେ ଆଜି ଉପଜିଲ୍ଲାପାଳ ଶ୍ରୀ ଦରୁଅନ ଉପଖଣ୍ଡ ଏ ବୁଡେନ ପଂଚାୟତ ର ବିଭିନ୍ନ ଗ୍ରାମକୁ ପହଂଛି ସେଠାରେ ପ୍ରତକ୍ଷ ଭାବରେ ଅନେକ ଲୋକଙ୍କର ସମସ୍ୟା ଶୁଣିବା ସହିତ ସେହି ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ସହିତ ଅଂଚଳରେ ଥିବା ସମସ୍ତ ଅଙ୍ଗନବାଡି ସେଣ୍ଟର ବୁଲି ସେଠାରେ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ବିତରଣ କରାଯାଉଥିବା ଶୁଖିଲା ଖାଦ୍ୟର ମାନ ଓ ପରିମାଣ ଯାଞ୍ଚ କରିଥିଲେ । ଅଚାନକ ଭାବରେ ଉପଜିଲ୍ଲାପାଳ ପହଂଛି ଥିବାରୁ ଗ୍ରାମବାସୀ ମାନେ ଅତ୍ୟନ୍ତ ଖୁସି ପ୍ରକାଶ କରିବା ସହିତ ମାନଖୋଲି ତାଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ମଧ୍ୟ କରିଥିଲେ ।