ନୂଆଦିଲ୍ଲୀ : ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ପ୍ରଥମ ଥର ପାଇଁ ଏକ ଅନ୍ଲାଇନ ଦେଶାତ୍ମବୋଧକ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରୁଛି । ଆଜିଠାରୁ ଆରମ୍ଭ ହୋଇ ତିନି ସପ୍ତାହ ବ୍ୟପି ଚାଲିବାକୁ ଥିବା ଏହି ଦେଶାତ୍ମବୋଧକ ଚଳଚିତ୍ର ଚଳିତବର୍ଷର ସ୍ୱାଧୀନତା ଦିବସ ପାଳନର ଏକ ଅଂଶବିଶେଷ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏହା ଆୟୋଜିତ ଏହି ଉତ୍ସବ ଅଗଷ୍ଟ 21ରେ ଉଦ୍ଯାପିତ ହେବ । ଏଥିରେ ଭାରତୀୟ ଇତିହାସରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବୀରତ୍ୱର କାହାଣୀ ପ୍ରଦର୍ଶିତ ହେବା ସହିତ ସମଗ୍ର ବିଶ୍ୱରେ ଥିବା ଭାରତୀୟଙ୍କ ମଧ୍ୟରେ ଏକ ଦେଶାତ୍ମବୋଧକ ଓ ଉତ୍ସବଜନିତ ଭାବନା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ଦୈନିକ ଏଥିରେ ଅତି ଉଚ୍ଚମାନର ଦେଶାତ୍ମବୋଧ ଓ ସ୍ୱାଧୀନତା ଦିବସ ସଂକ୍ରାନ୍ତ ବାର୍ତ୍ତା ଥିବା ଚଳଚ୍ଚିତ୍ରମାନ ହିଁ ପ୍ରଦର୍ଶିତ ହେବ । ଏହାକୁ ବିନା ମୂଲ୍ୟରେ www.cinemasofindia.comରେ ଦେଖିହେବ । ହିନ୍ଦୀ, ମରାଠି, ତେଲୁଗୁ, ତାମିଲ, ବାଂଲା, ଗୁଜରାଟୀ, ମାଲାୟଲମ ସମେତ ବିଭିନ୍ନ ଭାରତୀୟ ଭାଷାରେ ନିର୍ମିତ ଉଚ୍ଚମାନର ଦେଶାତ୍ମବୋଧ ଚଳଚ୍ଚିତ୍ର ଏଥିରେ ସ୍ଥାନ ପାଇବ । ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ, ଭାରତୀୟ ଜାତୀୟ ଚଳଚ୍ଚିତ୍ର ଅଭିଲେଖ, ଭାରତୀୟ ଶିଶୁ ଚଳଚ୍ଚିତ୍ର ସୋସାଇଟି ଏବଂ ଫିଲ୍ମ ଡିଭିଜନ ଆଦିରୁ ଏଥିପାଇଁ ଉତ୍ତମ ମାନର ଚଳଚ୍ଚିତ୍ରମାନ ବଛାଯାଇଛି ।
ଆହୁରି ମଧ୍ୟ ପ୍ରଥମଥର ପାଇଁ 1982ରେ ସାର୍ ରିଚାର୍ଡ ଆଟେନ୍ବରୋଙ୍କ ଦ୍ୱାରା ନିର୍ମିତ ଗାନ୍ଧୀ ଚଳଚ୍ଚିତ୍ର ଏଥିରେ ପ୍ରଦର୍ଶିତ ହେବ । ଦୃଶ୍ୟ ଓ ଶ୍ରବଣ ବାଧିତ ଲୋକମାନେ ମଧ୍ୟ ଏହି ଚଳଚ୍ଚିତ୍ର ଉପଭୋଗ କରିବାର ସୁବିଧା କରାଯାଇଛି ।
ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବସାଇଟ (mib.gov.in)ରେ ଏ ସଂକ୍ରାନ୍ତ ଲିଙ୍କ୍ ପ୍ରଦାନ କରାଯିବ । ଏହାଛଡା ପିଆଇବି ଦ୍ୱାରା ପରିଚାଳିତ ସୋସିଆଲ ମିଡିଆ ଓ ମାଇ ଗଭ୍ରେ ମଧ୍ୟ ଉପଲବ୍ଧ ହେବ । ଏହାଛଡା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଲିଙ୍କକୁ ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସକୁ ଯୋଗାଇ ଦିଆଯିବ ।
ପ୍ରଦର୍ଶିତ ହେବାକୁ ଥିବା ସିନେମା ଗୁଡିକ ହେଲା ନିମ୍ନମତେ :
Gandhi (Hindi), Gandhi(Hindi), Chittagong(Hindi), The Legend Of Bhagat Singh(Hindi), Tango Charlie(Hindi), Khakhee(Hindi), Gandhi Se Mahatma Tak(Hindi), Qayamat – City Under Threat(Hindi), Batallion 609(Hindi), PehlaAadmi(Hindi), Life of Netaji Subhash Chandra Bose(Hindi), Bapu Ne KahaTha -Gandhiji’s Saying(Hindi), AbhiKal Hi Ki Baat Hai -Not So Long Ago(Hindi), HedaHoda- The Blind Camel(Hindi), ChotaSipahi -The Little Soldier(Hindi/English), The Making of the Mahatma(English), VeeraPandiyaKattabomman(Tamil), Roja(Tamil), Andhra Kesari(Tamil), 1971- Beyond Borders(Malayalam),VandaeMaatharam(Malayalam), Uttarayanam(Malayalam), UdayerPathey -Towards the Light(Bengali), 42/Forty-two/Biyallish(Bengali), Subhash Chandra(Bengali), HagaluVesha(Kannada), Harun Arun(Gujarati), Senani Sane Guruji(Marathi), Spread The Light of Freedom -HarDil Main JagayenRashtraJyot(Musical), The Flag (My India, Our India)-Musical, Ae VatanTereLiye(Hindi), Shahadat(Hindi), NM0552 : VandeMataram (Hindi), Sat SatPranam(Hindi), SatyamevaJayate(Hindi), 13 04 1919 (L.V.)-Hindi, India Independent(English), India Wins Freedom(English), We The People of India(English), 1857 – A Salute(English), The Flag Flies High(English), Sardar Patel : A Nation Stands United( English) and A Song Eternal(English) .