ରେଙ୍ଗାଲି, (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଳକ୍ ଅଞ୍ଚଳରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରିଚାଲିଛି। ବ୍ଳକରେ ୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଶୁକ୍ରବାର କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଛି । ୨ ଜଣ ପଜିଟିଭ୍ ଚି଼ହ୍ନଟ ହୋଇଥିବା ଗୁମଲୋଇ ଗ୍ରାମରେ ୧୬ ଜଣଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସେମାନେ ନିର୍ଦ୍ଦେଶକୁ ଅମାନ୍ୟ କରୁଥିବାରୁ ପ୍ରାଶାସନ ପକ୍ଷରୁ ଗୁମଲୋଇରେ ୧୪୪ ଧାରା ଜାରି କରାଯାଇଛି । ଅନ୍ୟପକ୍ଷରେ ପଜିଟଭ୍ ଚିହ୍ନଟ ହୋଇଥିବା ରମ୍ପେଲାକେମ୍ପ, କତରବଗା ଏବଂ ରେଙ୍ଗାଲି ରେଲବାଇ କଲୋନୀର ନିଦ୍ଦିଷ୍ଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ରାଜ୍ୟ
ରେଙ୍ଗାଲି ବ୍ଳକ ଗୁମଲୋଇ ଗାଁରେ ୧୪୪ ଧାରା ଜାରି l
- Hits: 264