ଆଜି ଦିନକରେ ଗଡ଼ିଲା ପାଂଚ : ବର୍ତ୍ତମାନ ସୁଦ୍ଧା ୩୪
ଭୁବନେଶ୍ୱର(ଶାସକ ପ୍ରଶାସକ) କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ପାଣି ଭଳି ବହୁଥିବା ବେଳେ ଧୀରେ ଧୀରେ କରୋନା ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ାଇ ଚାଲିଛି | ଆଜି ଗୋଟେ ଦିନରେ ରାଜ୍ୟରେ କରୋନା ଆଉ ୫ ଜଣଙ୍କର ଜୀବନ ନେଇଛି । ଗତ ୨୪ ଘଣ୍ଟା ଭିତରେ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଭୁବନେଶ୍ୱରର ମୃତକଙ୍କ ବୟସ ଯଥାକ୍ରମେ ୫୧ ଓ ୬୪ ବର୍ଷ ଥିବା ବେଲେ ଗଂଜାମରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବୟସ ଯଥାକ୍ରମେ ୫୦, ୨୭ ଓ ୩୫ ବର୍ଷ | ସବୁଠାରୁ ବଡ କଥା ହେଲା କାରନାରେ କେବଳ ବୟସ୍କ ନୁହନ୍ତି , ଯୁବକ ମାନେ ବି ମୃତ୍ୟୁ ମୁଖରେ ପଡ଼ିବାର ଖବର ଆସିବା ଚିନ୍ତା ବଢ଼ାଇଦେଇଛି | ତେଣୁ ସଚେତନତା ନିହାତି ଅପରିହାର୍ଯ୍ୟ ହୋଇ ପଡିଛି ପର୍ତ୍ତମାନ ସମୟରେ |
ଆଜିର ମୃତକଙ୍କୁ ମିଶାଇ ·ଏହି ୫ ଜଣଙ୍କୁ ମିଶାଇ ରାଜ୍ୟରେ କରୋନାରେ ଏ ଯାବତ ୩୪ ଜଣଙ୍କ ଜୀବନ ଗଲାଣି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ପ୍ରାଣ ହରାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୭ ଏବଂ କଟକ ଜିଲ୍ଲାରୁ ୪ ଜଣ ପ୍ରାଣ ହରାଇଛନ୍ତି । ପୁରୀ, ବରଗଡ଼ ଓ ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ହଗୁ ପ୍ରାଣ ହାରାଇଛନ୍ତି | ସୂଚନାଯୋଗ୍ୟ ଯେ ଆଜି ରାଜ୍ୟରେ ୪୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସବୁଠାରୁ ଉଦବେଗଜନକ ଭାବେ ୧୪୦ ଜଣ ସର୍ବସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି |
ଅପରପକ୍ଷରେ ଆଜି ମୃତ୍ୟୁବରଣ କରିଥିବା ପାଞ୍ଚଜଣଙ୍କ ବାଦେ କଟକରୁ ଜଣେ ପ୍ରାଣ ହରାଇଥିବା ବିଷୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରାଯାଇଛି |







