ହେଡଲାଇନସ୍:

ଗଂଜାମ ବଢ଼ାଇଛି ଚିନ୍ତା , ଦୁଇ ଆଇଏଏସଙ୍କୁ ସ୍ୱତନ୍ତ୍ର ଏଡ଼ିଏମ ଭାବେ ନିଯୁକ୍ତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ମାନସୀ ମିଶ୍ର):  ଗଂଜାମ ଜିଲ୍ଲାରେ କରୋନାର କାୟା ବ୍ୟାପୁଥିବା ବେଳେ ରାଜ୍ୟ ସରକାର ଆଜି ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି | କରନା ଲଢ଼େଇକୁ ଅଧିକ ବ୍ୟବସ୍ଥିତ ଢଙ୍ଗରେ ଆଗେଇ ନେବା ପାଇଁ   ଦୁଇଜଣ ଯୁବ  ଆଇଏଏସ ଅଫିସରଙ୍କୁ ଦେଇଛନ୍ତି ସ୍ୱତନ୍ତ୍ର ନିଯୁକ୍ତି | ସେମାନେ ହେଲେ ବର୍ତ୍ତମାନ ପୂର୍ତ୍ତ ବିଭାଗରେ ଉପ ସଚିବ ଭାବେ କାର୍ଯ୍ୟରତ ୨୦୧୫ ବ୍ୟାଚ  ଆଇଏଏସ ଅଫିସର ପାରୁଲ ପଟୱାରି ଓ ପୁରୀ ପିଡି ଡ଼ିଆରଡ଼ିଏ ଭାବେ କାର୍ଯ୍ୟରତ ୨୦୧୬ ବ୍ୟାଚ ଆଇଏଏସ ଅଫିସର ବିଶାଳ ସିଂ | ସେମାନଙ୍କୁ ଗଂଜାମ ଜିଲ୍ଲାରେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇ  ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଗୋଟିଏ ଗୋଟିଏ ଉପଖଣ୍ଡରେ କରୋନା ଡିଉଟିରେ ଅବସ୍ଥାପିତ କରାଯାଇଛି | ପାରୁଲ ପଟୱାରିଙ୍କୁ ଛତ୍ରପୁର ସବଡ଼ିଭିଜନ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ବେଳେ ବିଶାଳ ସିଂଙ୍କୁ ଭଞ୍ଜନଗର ଉପଖଣ୍ଡ ଦାୟିତ୍ୱ ଦିଆଯାଇଛି | 

ସେହିଭଳି ୬ ଜଣ ଓଏଏସ ଅଫିସରଙ୍କୁ ମଧ୍ୟ କୋଭିଡ୍ ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ଲାଗି ପଠାଯାଇଛି | ସେମାନେ  ଉପ ସଚିବ  ପାହ୍ୟାର  । ସେମାନେ ହେଲେ ସାଧାରଣ ପ୍ରଶାସନ ବିଭାଗରେ କାର୍ଯ୍ୟରତ  ଉପ ସଚିବ ସୁଧାକର ନାୟକ, ପଦ୍ମନାଭ ବେହେରା, ଲୋକନାଥ ଦଳବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଂଜନ ମୋହନ୍ତ ଏବଂ ଯୋଜନା ଓ ସଂଯୋଜନା ବିଭାଗର  ଉପ ସଚିବ  ଶୁଭେନ୍ଦ୍ର କୁମାର ସାମଲ । 

0
0
0
s2sdefault