
ଟିଟିଲାଗଡ ( ଗୌରବ ଦର୍ଜି)-ଟିଟିଲାଗଡର ଉପ ଜିଲ୍ଲାପାଳ ଓ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ମଧ୍ୟ ଦାୟିତ୍ଵ ଗ୍ରହଣ କରିଛନ୍ତି ୨୦୧୭ ବ୍ୟାଚର ଯୁବ ଆଇଏସ୍ ଅଫିସର ଶ୍ରୀ ସୋମେଶ କୁମାର ଉପାଧ୍ୟାୟ।
ଶ୍ରୀ ଉପାଧ୍ୟାୟ ଓମଫେଡର ମହାପ୍ରବନ୍ଧକ ଭାବେ ସଫଳତାର ସହ କାର୍ଯ୍ୟ କରିବା ସହ ଓ ହକି ପ୍ରସାର ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାବରେ ଦକ୍ଷତାର ସହ ନିଜ ଦାୟିତ୍ୱ ସମ୍ପାଦନା କରିଥିଲେ | ସେ କେନ୍ଦ୍ର ସରକାରଙ୍କ ଅଧିନରେ ବିଭିନ୍ନ ପଦବୀରେ କାର୍ଯ୍ୟ କରି ସାରିଛନ୍ତି। ବର୍ତମାନ ୦୩ ଜୁଲାଇରୁ ସେ ପୂର୍ବତନ ଉପ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଙ୍କ ଠାରୁ ସମସ୍ତ ଦାୟିତ୍ଵ ଗ୍ରହଣ କରି ଆଜି ତାଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଜି ଟିଟିଲାଗଡର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ ନୂଆ ଉପଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ | ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ସହରରେ ତଥା ଉପଖଣ୍ଡରେ ରହିଥିବା ସମସ୍ୟା ଗୁଡ଼ିକ ପର୍ଯ୍ୟାୟକ୍ରମେ ସମାଧାନ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ଶ୍ରୀ ଉପାଧ୍ୟାୟ ।







