ହେଡଲାଇନସ୍:

ଆଜି ବି ୪୯୫ ଜଣ କରୋନା ପଜିଟିଭ : ଗଂଜାମର ଡବଲ ସେଞ୍ଚୁରୀ, ଖୋର୍ଧାର ହାପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ଆଜି ବି ରାଜ୍ୟରେ  ୪୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ କ୍ଵାରେଣ୍ଟାଇନରୁ ୩୫୫ ଜଣ ଚିହ୍ନଟ ହୋଇଥିବା ବେଳେ ଉଦବେଗଜନକ ଭାବେ  ୧୪୦ ଜଣ ଚିହ୍ନଟ ହୋଇଛନ୍ତି ସର୍ବସାଧାରଣ ଅଂଚଳରୁ | ଫଳରେ ମୋଟ ପଜିଟିଭଙ୍କ ସଂଖ୍ୟା ୮୬୦୧ରେ ପହଂଚି ଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୫୭୦୫ରହିଛି | ଆଜିର ନୂତନ ଆକ୍ରାନ୍ତଙ୍କୁ ମିଶାଇ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୩ ହୋଇଛି | 

ଆଜି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ କାରଣ ଡବଲ ସେଞ୍ଚୁରୀ ମାରି ୨୧୬ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ  ଖୋର୍ଦ୍ଧା ୫୦, ସୁନ୍ଦେରଗଡ ୩୬ ,ମୟୁରଭଞ୍ଜରୁ  ୨୮, ଅନୁଗୁଳ  ୨୪, ପୁରୀରୁ  ୧୮, କଟକ ଓ  ବାଲେଶ୍ୱର ୧୩ ଜଣ ଲେଖାଏ ,  ଭଦ୍ରକ ଓ ଜଗତସିଂହପୁରରେ  ୧୨ଜଣ ଲେଖାଏ , କେନ୍ଦ୍ରାପଡା, ନବରଙ୍ଗପୁର ୧୧ଜଣ ଲେଖାଏ,   ଝାରସୁଗୁଡା, କନ୍ଧମାଳରେ ୮ଜଣ ଲେଖାଏ, ଗଜପତି  ୭,   ସମ୍ବଲପୁର  ୬ଜଣ,  କେନ୍ଦୁଝର,କୋରାପୁଟ, ମାଲକାନଗିରିରେ ୫ଜଣ ଲେଖାଏ,ସୋନେପୁର ଓ ବରଗଡରୁ  ୨ ଜଣ ଲେଖାଏ,  ଯାଜପୁର,ଢେଙ୍କାନାଳ ଓ ନୟାଗଡରୁ ଜଣେ ଲେଖାଏ  ସାମିଲ ଥିବା ଜଣାପଡିଛି | 

 

0
0
0
s2sdefault