ହେଡଲାଇନସ୍:

ବହୁତ କିଛି ହୋଇଛି, ଅନେକ କିଛି ପଦକ୍ଷେପ ମିଳିତ ଭାବେ ନେବାର ଆବଶ୍ୟକତା ଅଛି : ମନ୍ତ୍ରୀ ଟୁକୁନି ସାହୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ଓଡ଼ିଶାରେ ବାଲ୍ୟବିବାହର ଅନ୍ତ' ଶୀର୍ଷକ ୱେବନାଇର

  • ଜାତୀୟ ସ୍ତରରେ  ବାଲ୍ୟବିବାହ ହାର  ରହିଛି ୨୬.୮

  • ରାଜ୍ୟରେ ଗତ ୧୦ ବର୍ଷରେ ୧୬ପ୍ରତିଶତ କମି ରହିଛି ୨୧.୩%ରେ 

  • ବାଳିକା ଏବଂ ମହିଳାମାନଙ୍କ ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ଏବଂ ଜୀବନଜୀବିକାର ଅଭିବୃଦ୍ଧି ଦ୍ୱାରା ରାଜ୍ୟରେ ବାଲ୍ୟବିବାହକୁ ବହୁ ପରିମାଣରେ ରୋକାଯାଇ ପାରିଛି

ଭୁବନେଶ୍ୱର : (ଶାସକ ପ୍ରଶାସକ) : ଓଡ଼ିଶାରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ରାଜ୍ୟ ସରକାର ବହୁମୁଖୀ କୌଶଳ ପ୍ରୟୋଗ କରୁଛନ୍ତିା ବିଶେଷ କରି ବାଳିକା ଏବଂ ମହିଳାମାନଙ୍କ ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ଏବଂ ଜୀବନଜୀବିକାର ଅଭିବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛିା ଏହା ଦ୍ୱାରା ରାଜ୍ୟରେ ବାଲ୍ୟବିବାହକୁ ବହୁ ପରିମାଣରେ ରୋକାଯାଇ ପାରିଛି ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ "ଓଡ଼ିଶାରେ ବାଲ୍ୟବିବାହର ଅନ୍ତ' ଶୀର୍ଷକ ୱେବନାଇରରେ ଅଧ୍ୟକ୍ଷତା କରି ମତବ୍ୟକ୍ତ କରିଛନ୍ତିା ତେବେ ରାଜ୍ୟ ସରକାରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ  ଯେଉଁ ଜିଲ୍ଲାରେ ବାଲ୍ୟବିବାହ ନଜରକୁ ଆସିଛି ସେଠାରେ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତିା

୨୦୩୦ ମସିହା ସୁଦ୍ଧା ଓଡ଼ିଶାକୁ ସଂପୂର୍ଣ୍ଣ ଭାବେ ବାଲ୍ୟବିବାହରୁ ମୁକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ କୌଶଳ ଏବଂ ପଦକ୍ଷେପ ଉପରେ ଆଜି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ,ୟୁନିସେଫ୍ ଏବଂୟୁନାଇଟେଡ୍ ନେସନ୍ସ ପପୁଲେସନ୍ ଫଣ୍ଡ (ୟୁଏନ୍ଏଫ୍ପିଏ) ସହଯୋଗରେ ଏକ ୱେବନାଇରରେ ଅନୁଷ୍ଠିତ ହୋଇଛିା ୱେବନାଇରରେ ବିଭିନ୍ନ କ୍ଷେତ୍ରରୁ ୭୦୦ରୁ ଅଧିକ ସଦସ୍ୟ ଅଂଶଗ୍ରହଣ କରିଥିଲୋ

ଏହି ୱେବନାଇର ୟୁଏନ୍ଏଫ୍ପିଏ ଏବଂୟୁନିସେଫର  ବିଶିଷ୍ଟ ବକ୍ତା, ଆଇନଜ୍ଞ ଏବଂ ରାଜ୍ୟସ୍ତରୀୟ ଅଧିକାରୀମାନେ ବାଲ୍ୟବିବାହ ନିରୋଧର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲୋ

ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ବାଲ୍ୟବିବାହ ଆଶାତୀତ ଭାବେ ହ୍ରାସ ପାଇଛିା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣାଯାଇଛି ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ବାଲ୍ୟବିବାହ ୩୭.୨ ପ୍ରତିଶତରୁ ୨୧.୩ ପ୍ରତିଶତକୁ ହ୍ରାସ ପାଇଛିା ଜାତୀୟ ସ୍ତରରେ ଏହି ହାର ୨୬.୮ ପ୍ରତିଶତ ରହିଛିା ତେବେ ବି ଅନେକ ଜିଲ୍ଲାରେ ଝିଅମାନେ ଅଳ୍ପ ବୟସରେ ବିବାହର ଶିକାର ହେଉଛନ୍ତିା

ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ୨୦୩୦ ମସିହା ସୁଦ୍ଧା ରାଜ୍ୟକୁ ସଂପୂର୍ଣ୍ଣ ବାଲ୍ୟବିବାହରୁ ମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବହୁମୁଖୀ କୌଶଳ ଆପଣେଇଛନ୍ତିା ନଭେମ୍ବର, ୨୦୧୯ରେ ରାଜ୍ୟ ସରକାର ବାଲ୍ୟବିବାହ ନିରୋଧ ନିମନ୍ତେ ବିବିଧ କ୍ଷେତ୍ରର ଉପଯୋଗିତାକୁ ନେଇ କାର୍ଯ୍ୟଖସଡ଼ା ଆରମ୍ଭ କରିଛନ୍ତିା ବାଲ୍ୟବିବାହ ନିରୋଧ ଆଇନ୍ରେ ମଧ୍ୟ ଆବଶ୍ୟକୀୟ ସଂଶୋଧନ କରାଯାଇଛି ଏବଂ ଏହି ଖସଡ଼ାର ସଠିକ୍ କାର୍ଯ୍ୟକାରିତା ପାଇଁ ରାଜ୍ୟସ୍ତରୀୟ ନିରୀକ୍ଷଣ କମିଟି ଗଠନ କରାଯାଇଛିା ଜିଲ୍ଲାସ୍ତରରେ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ବାଲ୍ୟବିବାହ ନିରୋଧ ଅଧିକାରୀ (ସିଏମ୍ପିଓ)ର ଦାୟିତ୍ୱ ପ୍ରଦାନ କରାଯାଇଛିା ସେମାନଙ୍କ ପାଇଁ ଏକାଧିକ ପ୍ରଶିକ୍ଷଣ ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛିା କୋଭିଡ୍-୧୯ ଅସାଧାରଣ ପରିସ୍ଥିତିରେ ଯେପରି କେଉଁଠାରେ ବାଲ୍ୟବିବାହ ନ ଘଟେ ତାହା ଉପରେ ତୀକ୍ଷ୍ଣ ନଜର ରଖୀବାକୁ ଶ୍ରୀମତୀ ଗର୍ଗ ଜିଲ୍ଲାସ୍ତରରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲୋ ରାଜ୍ୟର ହାରାହାରି ବାଲ୍ୟବିବାହଠାରୁ ଓଡ଼ିଶାର ଯେଉଁ ୧୬ଟି ଜିଲ୍ଲାରେ ଅଧିକ ବାଲ୍ୟବିବାହ ହେଉଛି ସେଠାରେ ଗୋଷ୍ଠୀ ଏବଂ ସେ୍ୱଚ୍ଛାସେବୀମାନଙ୍କୁ ନିୟୋଜିତ କରି ବାଲ୍ୟବିବାହ ରୋକିବାକୁ ଉଦ୍ୟମ କରାଯାଉଛି ବୋଲି ପ୍ରମୁଖ ସଚିବ କହିଥିଲୋ

"ଷ୍ଟେଟ୍ ଅଫ୍ ଦି ୱାର୍ଲଡ  ପପୁଲେସନ୍ ରିପୋର୍ଟ-୨୦୨୦'ର ତଥ୍ୟ ଉପସ୍ଥାପନ କରି ୟୁଏନ୍ଏଫ୍ପିଏର କଣ୍ଟ୍ରି ରିପ୍ରେଜେଣ୍ଟେଟିଭ  ମିସ୍ ଆର୍ଜେଣ୍ଟିନା ମାଟ୍ଭେଲ୍ ପିସିନ୍ କହିଥିଲେ, ଏହି ରିପୋର୍ଟରେ ସମଗ୍ର ବିଶ୍ୱରୁ ବାଲ୍ୟବିବାହ ଅନ୍ତକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଇଛିା ଓଡ଼ିଶାରେ ବାଲ୍ୟବିବାହ ସଂପୂର୍ଣ୍ଣ ବିଲୋପ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲୋ

ୟୁନିସେଫର  ଶିଶୁ ସୁରକ୍ଷାର ମୁଖ୍ୟ ମିସ୍ ସୋଲେଡାଡ୍ ହେରେରୋ କହିଥିଲେ, ବାଲ୍ୟବିବାହକୁ ରୋକିବା ନିମନ୍ତେ ବିଶ୍ୱବ୍ୟାପୀ କାର୍ଯ୍ୟକ୍ରମ ୧୨ଟି ଦେଶରେ କାର୍ଯ୍ୟକାରୀ ହେଉଛିା ବର୍ତ୍ତମାନ ସମୟରେ କୋଭିଡ୍-୧୯ ବିଶ୍ୱ ମହାମାରୀ ବାଲ୍ୟବିବାହ ପ୍ରତିହତ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିଛି ଏବଂ ଏଥି ପାଇଁ ସମନ୍ୱିତ ପ୍ରୟାସ ଏକାନ୍ତ ଆବଶ୍ୟକା

ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶକ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍ ରାଜ୍ୟରେ ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରି ବାଲ୍ୟବିବାହ ରୋକିବା ଦିଗରେ କିଭଳି ଫଳପ୍ରସୂ ଉଦ୍ୟମ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲୋ

ମାନବିକ ଅଧିକାର ଆଇନଜ୍ଞ ଏବଂ ଜାତୀୟ ପ୍ରଶିକ୍ଷିକା ସୁଶ୍ରୀ ଉଜ୍ଜ୍ୱଳା ବାଲ୍ୟବିବାହ ନିରୋଧ ଆଇନ ଏବଂ ଓଡ଼ିଶା ବାଲ୍ୟବିବାହ ନିରୋଧ ନିୟମାବଳୀ, ୨୦୧୯ର ବିଭିନ୍ନ ପ୍ରାବଧାନ ସଂପର୍କରେ ବାଖ୍ୟା କରିଥିଲୋ

ନିର୍ଦ୍ଦେଶକ ସମାଜ କଲ୍ୟାଣ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲ୍ ବାଲ୍ୟବିବାହ ନିରୋଧ ଅଧିକାରୀମାନଙ୍କ ଭୂମିକା ଓ ଦାୟିତ୍ୱ ସଂପର୍କରେ ଆଲୋଚନା କରିବା ସହ ଏଭଳି କୌଣସି ଘଟଣା ନଜରକୁ ଆସିଲେ ତୁରନ୍ତ ବିଭାଗକୁ ଅବଗତ କରିବା ପାଇଁ କହିଥିଲୋ ଏହି ୱେବନାଇର  ୩୦ଟି ଜିଲ୍ଲାର ଡ଼ିଏସଡାବଲ୍ୟୁଓ ଓ ଏବଂ ସିଏମପିଓମାନେ  ଯୋଗ ଦେଇଥିଲୋ 

0
0
0
s2sdefault