ହେଡଲାଇନସ୍:

ବୁଗୁଡ଼ାରେ ୧୭ ପଜିଟିଭ : ୧୬ ଜଣ ପୋଲିସ ଓ ଜଣେ ମହିଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜୁଲାଇ ୭ ତାରିଖରୁ ୧୦ ଦିନ ପାଇଁ ବୁଗୁଡା ସହର ସଟ୍ ଡାଉନ

ବୁଗୁଡା(ଡଃ କୁମୁଦ ଚନ୍ଦ୍ର ବେହେଋା)- ବୁଗୁଡା ସହରରେ ପୋଲିସ ବାହିନୀ, ଅଗ୍ନିଶମ ବିଭାଗ, ବ୍ଲକ ଜେଇ ଙ୍କ ସମେତ ସାଧାରଣ ଜନତାଙ୍କ ନିକଟରେ କରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ତପ୍ତରତା ପ୍ରକାଶ କରି ଶୁକ୍ରବାର ଅପରାହ୍ନରେ ବୁଗୁଡା ପୂର୍ତ୍ତବିଭାଗ ଡାକ ବଙ୍ଗଳା ପରିସରରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଆସନ୍ତା ଜୁଲାଇ ୮ ତାରିଖ ବୁଧବାର ଠାରୁ ଜୁଲାଇ ୧୫ ବୁଧବାର ପର୍ଯ୍ୟନ୍ତ ଆଠ ଦିନ ପାଇଁ ୨୪ ଘଣ୍ଟିଆ ସଟ୍ ଡାଉନ କରିବା ପାଇଁ  ଠିକ କରାଯାଇଥିଲା। ମାତ୍ର ଶୁକ୍ରବାର ରାତ୍ରରେ ୧୭ ଜଣଙ୍କ ପୁଣି ପଜିଟିଭ ବାହାରିବା ପରେ ୭ ତାରିଖ ଠାରୁ ୧୦ ଦିନ ପାଇଁ ସଟ୍ ଡାଉନ ଘୋଷଣା କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଯେଉଁ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୧୬ ଜଣ ବୁଗୁଡା ଥାନା ପୋଲିସ ହୋଇଥିବା ଥିବ ବେଳେ ଜଣେ ମହିଳା ହେଉଛନ୍ତି ଗୌଡ଼ିଆବୋରଦା ପଞ୍ଚାୟତର। ବୁଗୁଡା ଥାନାରେ ୨୧ ଜଣ ଷ୍ଟାପ ଥିବା ବେଳେ ୧୬ ଜଣ ଚିହ୍ନଟ ହୋଇଥିବା ଯୋଗୁଁ ଶୁକ୍ରବାର ରାତ୍ରରେ ହିଁ ସମସ୍ତଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ପାଇଁ ପଠାଯିବ। ବୁଗୁଡା ଥାନାରେ ଆଇଆଇସି ଓ ଆଉ ଚାରି ଜଣ କର୍ମଚାରୀ କାର୍ଯ୍ୟରତ ରହିବେ।

ଏହିଖବର ଆସିବ ପରେ ଶନିବାର ଓ ରବିବାର ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ସଟ୍ ଡାଉନ ଥିବା ବେଳେ କେବଳ ସୋମବାର ଗୋଟିଏ ଦନରେ ସମସ୍ତେ ଆବଶ୍ୟକିୟ ସାମଗ୍ରୀ କ୍ରୟ କରିବା ପାଇଁ ସୁଯୋଗ ଦେବା ପରେ ମଙ୍ଗଳବାର ଠାରୁ ୧୦ ଦିନ ପାଇଁ ସଟ୍ ଡାଉନ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନ ଠିକ କରିଥିବା ଜଣାପଡ଼ିଛି। ଶୁକ୍ରବାର ଅପରାହ୍ନ ବୈଠକରେ  ବୁଗୁଡା ବିଡ଼ିଓଙ୍କ ସମେତ ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡ଼ିକାଲ ଅଫିସର ଶୁଭାଶିଷ ପାଣିଗ୍ରାହୀ, ଏନଏସି ଇଓ ରଶ୍ମିରଞ୍ଜନ ଦାଶ, ବିଇଓ ରସାନନ୍ଦ କର, ସିଡିପିଓ ରଞ୍ଜିତା ତ୍ରିପାଠୀ ପ୍ରମୁଖ ଅଧିକାରୀଙ୍କ ସମେତ ଓକିଲ ସଂଘ, ସାମ୍ବାଦିକ ବୃନ୍ଦ, ଚେମ୍ବର୍ସ ଅଫ କମର୍ସ ,ବଣିକ ସଂଘ, ପନିପରିବା ବ୍ୟବସାୟୀ ସଂଘ, କେମେଷ୍ଟି ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ, ଅଟୋ ରିକ୍ସା ସଂଘ , ପାଇକାରୀ ବ୍ୟବସାୟୀ ସଂଘ ପ୍ରଭୃତି ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ସଟ୍ ଡାଉନ ବିଷୟରେ ବୁଗୁଡା ଏନଏସି ଓ ବ୍ଲକରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯିବା ସହ ସଟ୍ ଡାଉନ ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବା। ସଟ୍ ଡାଉନ ସମୟରେ ବୁଗୁଡା ସହରରେ ୪୦ ଟି ଟିମ ଗଠନ କରାଯାଇ ସ୍ୱାସ୍ଥ୍ୟ ସମ୍ପର୍କୀୟ ବିବରଣୀ ସଂଗ୍ରହ କରାଯାଇ ଯେଉଁ ବ୍ୟକ୍ତି ନିକଟରେ ଥଣ୍ଡା, କାଶ, ଜ୍ୱର ପ୍ରଭୃତି ଦେଖାଦେବ ସେହି ବ୍ୟକ୍ତିଙ୍କୁ ଏନଏସିର କୋଭିଡ କେୟାର ହୋମ ରେ ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ସହ ସ୍ଲାବ ଟେଷ୍ଟ କରାଯିବ। ଯେଉଁ ବ୍ୟକ୍ତିଙ୍କ ପଜିଟିଭ ଚିହ୍ନଟ ହେବ ସେହି ବ୍ୟକ୍ତିଙ୍କୁ ତୁରନ୍ତ  କୋଭିଡ ହସପିଟାଲକୁ ଚିକିତ୍ସା ପାଇଁ ପଠାଯିବ। ବୁଗୁଡା ସହରର ପ୍ରତ୍ୟେକ ପ୍ରବେଶ ପଥ ଓ ସାହି ଆରମ୍ଭରେ ବାରିକଡ଼ ନିର୍ମାଣ କରାଯିବ। ବାଇକ ଚଳାଇବା ସମ୍ପୂର୍ଣ୍ଣ ବନ୍ଦ କରାଯିବ। ମେଡିକାଲକୁ ଯିବା ପାଇଁ ଏନଏସି ଦ୍ୱାରା ଅନୁମତି କ୍ରମେ ଅଟୋ ବା ଆମ୍ବୁଲାନ୍ସରେ ଯିବାକୁ ଠିକ କରାଯାଇଛି। ଯେଉଁ ବ୍ୟକ୍ତି ବାଇକ ଚଳାଇବେ ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ କେଶ ହେବା ସହ ବାଇକ ଜବତ କରାଯିବ। ମେଡିସିନ ଷ୍ଟୋର ବ୍ୟତୀତ ଦୋକାନ ବନ୍ଦ ରହିବ। ସଟ୍ ଡାଉନ ସମୟରେ ସମସ୍ତେ ଘରେ ରହିବାକୁ ଓ ସହଯୋଗ କରିବାକୁ ପ୍ରଶାସନ ଅନୁରୋଧ କରିଛନ୍ତି। 

0
0
0
s2sdefault