ହେଡଲାଇନସ୍:

"ପ୍ରଧାନମନ୍ତ୍ରୀ ପ୍ରଶଂସା କରି ଗଲାବେଳେ ଏଠି ବିଜେପି ନେତାଙ୍କ ବୟାନ ବାଜି ସ୍ପୃହଣୀୟ ନୁହେଁ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ବାତ୍ୟା ଅମ୍ପନ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚ ପ୍ରଶଂସା କରୁଥିବା ବେଳେ ମିଳିତ ଭାବେ ଏ ପରିସ୍ଥିତିକୁ ମୁକାବିଲା କରିବା ପରିବର୍ତ୍ତେ ଜଣେ ବିଜେପି ନେତାଙ୍କ ରାଜନୈତିକ ବୟାନବାଜି ସ୍ପୃହଣୀୟ ନୁହେଁ ବୋଲି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ମତବ୍ୟକ୍ତ କରିଛନ୍ତି |  

ଶ୍ରୀ ଦାସବର୍ମା କହିଛନ୍ତି ଯେ, ମହାବାତ୍ୟା ପରେ ଓଡିଶାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିଛନ୍ତି । ଫାଇଲିନ୍‌, ହୁଡହୁଡ୍‌, ତିତ୍‌ଲି, ଫନି ବର୍ତ୍ତମାନ ଅମ୍ପନର ସଫଳ ମୁକାବିଲା କରି ବିଶ୍ୱ, ଦେଶ ଓ ରାଜ୍ୟବାସୀଙ୍କ ଦ୍ୱାରା ରାଜ୍ୟ ସରକାର ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଗଲା ପ୍ରାକୃତିକ ବିପର୍ଯ୍ୟୟ ଫନି ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଏହାର ମୁକାବିଲାରେ ନବୀନ ପଟ୍ଟନାୟକ ସରକାରଙ୍କ ବାତ୍ୟା ବିପର୍ଯ୍ୟୟ ପରିଚାଳନାକୁ ଉଚ୍ଚ ପ୍ରଶଂସା କରିଥିଲେ । ଓଡିଶାର ବାତ୍ୟା ବିପର୍ଯ୍ୟୟ ପରିଚାଳନା ସମଗ୍ର ଦେଶ ପାଇଁ ପଥ ପ୍ରଦର୍ଶକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗଲା କାଲି ପ୍ରଧାନମନ୍ତ୍ରୀ ଓଡିଶା ଆସି ଅମ୍ପନ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଏବଂ ବାତ୍ୟା ପରବର୍ତ୍ତୀ ପରିଚାଳନାକୁ ଉଚ୍ଚ ପ୍ରଶଂସା କରିଛନ୍ତି ।ବର୍ତ୍ତମାନ ସମୟରେ ରାଜ୍ୟବାସୀ ଦୁଇଟି ବିପର୍ଯ୍ୟୟର ମୁକାବିଲା କରୁଛନ୍ତି । କରୋନା ମୁକାବିଲା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ଏଭଳି ଏକ ବିପଦ ସମୟ ଯେଉଁଠି ରାଜ୍ୟବାସୀ ଦୁଇ ଦୁଇଟି ବିପର୍ଯ୍ୟୟର ମୁକାବିଲା କରୁଛନ୍ତି । ସେଠାରେ ଭାରତୀୟ ଜନତା ପାର୍ଟିର ନେତୃମଣ୍ଡଳୀଙ୍କ ରାଜନୈତିକ ବୟାନବାଜୀ ଆଦୌ ଗ୍ରହଣୀୟ କିମ୍ବା ସ୍ଫୃହଣୀୟ ନୁହେଁ । ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ କରି ତୁରନ୍ତ ରିପୋର୍ଟ ଦେବା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବା ଶ୍ରୀ ଦାସବର୍ମା କହିଛନ୍ତି  ।

0
0
0
s2sdefault