ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଦଳୀୟ ନେତା ଓ ବୁଦ୍ଧିଜୀବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଶ୍ୱସ୍ତରୀୟ ସ୍ମାର୍ଟସିଟି ମଧ୍ୟରେ ଭୁବନେଶ୍ୱର

15-03-bjd-Felicitation-Photo-2.jpg - 884.48 kB

ଭୁବନେଶ୍ୱର,: ଇଂଲଣ୍ଡର ଗବେଷଣା ସଂସ୍ଥା ଜୁନିପର୍‍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ସର୍ଭେ କରାଯାଇଥିବା ବିଶ୍ୱର ଶ୍ରେଷ୍ଠ  ୨୦ଟି ଉତ୍ତମ ପ୍ରଦର୍ଶନକାରୀ ସ୍ମାର୍ଟସିଟି ମଧ୍ୟରେ ଭୁବନେଶ୍ୱର ସ୍ଥାନିତ ହୋଇଛି । ସୁରକ୍ଷା, ଗମନାଗମନ, ସ୍ୱାସ୍ଥ୍ୟ ଓ ଉତ୍ପାଦନ , ଏହି ଚାରିଟି ବର୍ଗ ମଧ୍ୟରୁ ସୁରକ୍ଷିତ ସହର ବର୍ଗରେ ବାର୍ସାଲୋନା, ବର୍ଲିନ୍‍, ପୋର୍ଟଲ୍ୟାଣ୍ଡ, ଟୋକିଓ ଭଳି ସହରକୁ ପଛରେ ପକାଇ ଭୁବନେଶ୍ୱର ବାଜିମାତ କରିଛି । ଏଭଳି କୃତିତ୍ୱ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନାବଦ୍ଧ କାର୍ଯ୍ୟ ଯୋଗୁ ସମ୍ଭବ ହୋଇପାରିଛି । ଏହିକ୍ରମରେ ଆଜି ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଭୁବନେଶ୍ୱରର ବରିଷ୍ଠ  ନାଗରିକ, ବୁଦ୍ଧିଜୀବୀ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଗମନାଗମନ, ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ଭୁବନେଶ୍ୱରର ଉଲ୍ଲେଖନୀୟ ବିକାଶ ଯୋଗୁ ଏହି ସହର ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ  ନେତୃତ୍ୱକୁ ଉପସ୍ଥିତ ନେତୃବୃନ୍ଦ ଧନ୍ୟବାଦ ଜଣାଇଥିଲେ ।

0
0
0
s2sdefault