ହେଡଲାଇନସ୍:

 ନୂଆପଡା ଏନଏସି ନିର୍ବାଚନକୁ ସ୍ଥଗିତାଦେଶଜାରି କଲେ ହାଇକୋର୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା, - ନୂଆପଡା ଜିଲ୍ଲା ସଦର ନୂଆପଡା ଏନଏସି ଗଠନ ହେବା ପରେ ଏହା ଦ୍ୱିତୀୟ ଥର ପରିଷଦ ଗଠନ ନେଇ ନିର୍ବାଚନ କମିସନ ପକ୍ଷରୁ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତିରେ ନିର୍ବାଚନ ଆଇନ ଅନୁଯାୟୀ ମହିଳାଙ୍କ ପାଇଁ ଉପଯୁକ୍ତ ସ୍ଥାନ ସଂରକ୍ଷଣ ନଥିବା ଘଟଣା ନେଇ ନୂଆପଡା ନିବାସୀ ମହେଶ ନିଆଲ ମାନ୍ୟବର ହାଇକୋର୍ଟ ଦ୍ୱାରସ୍ତ ହୋଇ ଏକ ମାମଲା ରୁଜୁ କରିଥିଲେ । ଗତକାଲି ନୂଆପଡା ଏନଏସି ନିର୍ବାଚନ ନେଇ ମହେଶ ନିଆଲ ଆବେଦନ ଦାଖଲ କରି ମହିଳାଙ୍କ ପାଇଁ ଉପଯୁକ୍ତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ପାଇଁ ମାମଲା ଦାୟର କରିଥିଲେ । ଆଜି ମାନ୍ୟବର ହାଇକୋର୍ଟ ଖଣ୍ଡପିଠ ଏହି ମାମଲାର ଶୂଣାଣୀ କରି ନୂଆପଡା ଏନଏସି ନିର୍ବାଚନକୁ ସ୍ଥଗିତା ଦେଶ ଜାରି କରିଥିବା ଜଣାପଡିଅଛି । ଆସନ୍ତା ସୋମବାର ଦିନ ଏହି ମାମଲାର ପୁଣି ଫଇସଲା ପାଇଁ ଦିନ ଧାର୍ଯ୍ୟ କରିଥିବା ଜଣାପଡିଅଛି । ନୂଆପଡା ଏନଏସିରେ ମୋଟ ୧୪ ଗୋଟି ୱାର୍ଡ ରହିଥିବା ବେଳେ ସେଥିମଧ୍ୟରୁ ମହିଳାଙ୍କ ପାଇଁ ୭ ଜଣ ଗୋଟି ୱାଡରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷିତ ହେବା ଆବଶ୍ୟକ ଅଟେ । କିନ୍ତୁ ନୂଆପଡା ଏନଏସିରେ ୯ ଜଣ ପୁରୁଷ ଏବଂ ୫ ଜଣ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷିତ ଥାଇ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଅଛି । ଏହି ଘଟଣାକୁ କେନ୍ଦ୍ର କରି ମହେଶ ନିଆଲ ମାମଲା ଦାୟର କରିଥିବା ବେଳ ଏହାର ରହିତାଦେଶ ହେବାନେଇ  ରାଜନୈତିକ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଅଛି ।

0
0
0
s2sdefault