ହେଡଲାଇନସ୍:

ଓଡଗାଁ ଦ୍ୱାଦଶ ତମ କ୍ରିକେଟ ଲିଗ୍ : ଦ୍ୱିତୀୟ ଦିନରେ ମହାବୀର ନାଇଟ ମାଷ୍ଟର ଓ ଇଲେଭେନ ଏମ୍ପୋରରର୍ସ ବିଜୟୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ : ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ରଘୁନାଥ ଆଥଲେଟିକ ଆସୋସିଏସନ ଆନୁକୁଲ୍ୟରେ ଆୟୋଜିତ ଦ୍ୱାଦଶ ତମ ଓଡଗାଁ କ୍ରିକେଟ  ଲିଗ୍ର ଦିତୀୟ ଦିନର ପ୍ରଥମ ମ୍ୟାଚ ମହାବିର ନାଇଟ ମାଷ୍ଟର ସିଭିଲ ଡିଫେନ୍ସ ଏକାଡେମୀକୁ ୧୩ ରନରେ ହରାଇ ବିଜୟ ହାସଲ କରିଛି । ଦିତୀୟ ମ୍ୟାଚରେ ଜୟହୋକୁ ହରାଇ ୧୧ ଏମ୍ପୋରରର୍ସ ୮ ଉଇକେଟରେ ବିଜୟ ହାସଲ କରିନେଲା । ଅପରାହ୍ନରେ ଅନୁଷ୍ଠିତ ମ୍ୟାଚରେ ୧୧ ୟଙ୍ଗଷ୍ଟାର ୯୦ ରନ କରି ପରାଜୟ ବରଣ କରିଥିବା ବେଳେ ଜୟ ଶ୍ରୀରାମ ୯ ଉଇକେଟରେ ବିଜୟ ହାସଲ କରି ପ୍ରଥମ ସେମିଫାଇନାଲକୁ ଉନ୍ନୀତ  ହେଲା । ଆଜିର ଖେଳକୁ ରାଜକୁମାର ଆଚାର୍ଯ୍ୟ , ବିଦ୍ୟାଧର ଦାଶ, ଦେବୀପ୍ରସାଦ, ଜ୍ୟୋତିପ୍ରକାଶ ମଝି , ପ୍ରମୋଦ ପ୍ରଧାନ, ବିଶ୍ୱରଞ୍ଜନ ମହାପାତ୍ର, ଚନ୍ଦ୍ର ବିଜୟୀ ଭୋଳ ଓ ଚିତ୍ତ ରଥ ପରିଚାଳନା କରିଥିଲେ । ଗୁରୁବାର ଦିନ ଜୟ ଶିବ୍ ସହିତ ୧୧ ମେଗାଷ୍ଟାନ ଏବଂ ଦଲକ ହକେନ୍ସ ସହିତ ଓଡଗାଁ ସୁପର ଟିମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବା । 

0
0
0
s2sdefault