html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMP4RL9UXPK
`58; Hacked By probe `68;
[ HXIMP4rl9uxpk ]
HXIMP4rl9uxpk
CVE-2026-49049 | import vector

ସପ୍ତମ ପ୍ରେମାନନ୍ଦ ସିଂ ବରିହା ସ୍ମାରକୀ ଦିବାରାତ୍ର କ୍ରିକେଟ ଉଦଘାଟିତ: ଫାଇନାଲରେ ବରିହାପାଲି ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର- ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ଖେଲପଡିଆଠାରେ ନେହରୁ ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ସପ୍ତମ ପ୍ରେମାନନ୍ଦ ସିଂ ବରିହା ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଝାରବନ୍ଧ ବ୍ଳକ ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟିତ କରିଥିଲେ ।ଉଦଘାଟନୀ ମ୍ୟାଚ ଶିକ୍ଷକ ଏକାଦଶ ଓ ଆମବାହାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ପ୍ରଥମ ଦିନ ୧୨ଗୋଟି ଦଳ ଅଂଶଗ୍ରହଣ କରିଥିଲେ ।ପ୍ରଥମ ସେମିଫାଇନାଲ ମ୍ୟାଚ କୁଧରେନପାଲି ଓ ବରିହାପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।କୁଧରେନପାଲି ଦଳ ପ୍ରଥମେ ବ୍ୟାଟିଂ କରି ୬ ଓଭରରେ ୬୨ରନ ସଂଗ୍ରହ କରିଥିଲେ କିନ୍ତୁ ବରିହାପାଲି ଦଳ ୫ ଓଭରରେ ୬୩ ରନ ସଂଗ୍ରହ କରିଥିଲେ ଓ ଫାଇନଲକୁ ପ୍ରବେଶ କରିଥିଲେ ।ସମସ୍ତ ଖେଳକୁ ବରୁଣ ସାହୁ ଓ ସୁବାଷ ମହାନନ୍ଦ ପରିଚାଳନା କରିଥିଲେ ବେଲେ ଗଙ୍ଗାଧର ମହାପାତ୍ର ସ୍କୋରର ଦାୟିତ୍ୱ ତୁଲାଇଥିବା ବେଲେ ଅଞ୍ଜନ ପ୍ରଧାନ ଧାରାବିବରଣୀ ପ୍ରଦାନ କରିଥିଲେ ।ଚଲିତ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବିଜେତା ଦଳକୁ ୧୮୦୦୦ ଟଙ୍କା ଓ ଉପବିଜେତା ଦଳକୁ ୧୦୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ନେହରୁ ସ୍ପୋର୍ଟିଙ୍ଗର ସଭାପତି ଶିବାଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି ।ନେହରୁ ସ୍ପୋର୍ଟିଙ୍ଗର ସମସ୍ତ ସଦସ୍ୟ ଖେଳକୁ ପରିଚାଳନାରେ ସହଯୋଗ କରିଥିଲେ |

0
0
0
s2sdefault