ହେଡଲାଇନସ୍:

ଶହିଦ ରତିକାନ୍ତ-କୁଲଦୀପ ମେମୋରିଆଲ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


 ଫାଇନାଲରେ ରାଇରଙ୍ଗପୁରକୁ ହରାଇ ବେତନଟୀ ଚମ୍ପିଆନ


ବାରିପଦାରୁ ଦିଲ୍ଲୀପ ମହାନ୍ତି -ବାରିପଦା ମଧୁବନ ମିନି ଷ୍ଟାଡ଼ିୟମରେ ଚାଲିଥିବା ଶହିଦ ରତିକାନ୍ତ-କୁଲଦୀପ ମେମୋରିଆଲ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବେତନଟୀର ମା ଦୁର୍ଗା ଫାଇଟର ଟିମ୍ ରାଇରଙ୍ଗପୁର ଏକାଦଶ ଟିମକୁ ୧୯ ରନ୍ରେ ପରାସ୍ତ କରି ଚମ୍ପିଆନ ହୋଇଛି । ଆଜିର ମ୍ୟାଚରେ ରାଇରଙ୍ଗପୁର ଏକାଦଶ ଟସ୍ ଜିଣି ଫିଲଡ଼ିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବେତନଟୀର ମା ଦୁର୍ଗା ଫାଇଟର ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରେ ୫ ଉଇକେଟ ବିନିମୟ ଓ ତପନ ମୁର୍ମୁ ବିସ୍ଫୋରକ ଇନିଙ୍ଗସ ୩୮ ବଲରୁ ୬୩ ରନ ସହାୟତାରେ ୧୫୦ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ରାଇରଙ୍ଗପୁର ଏକାଦଶ ୧୫୧ ରନ ଟାର୍ଗେଟ ନେଇ ପଡ଼ିଆକୁ ଉହ୍ଲାଇ ୧୫ ଓଭରରେ ୬ ଉଇକେଟ ହରାଇ ୧୩୧ ରନ କରିବାରେ ସକ୍ଷମ ହୋଇଥିଲା । ଟିମ ପକ୍ଷରୁ ଗପୁ ସର୍ବାଧିକ ୨୫ ବଲରୁ ୪୩ ରନ କରିଥିଲେ । ବେତନଟୀ ମା ଦୁର୍ଗା ଫାଇଟର ଟିମର ଶିବ ନାରାୟଣ ନାୟକ ୩ ଓଭର ବୋଲିଂ କରି ୧୯ ରନ ବିନିମୟରେ ୩ ଉଇକେଟ ଅକ୍ତିଆର କରି ରାଇରଙ୍ଗପୁର ଏକାଦଶର ବିପର୍ଯ୍ୟୟ ଘଟାଇ ଥିଲେ । ଆଜିର ଫାଇନାଲ ମ୍ୟାଚକୁ ନାନୁ ମହାକୁଡ଼ ଓ ଦିଲ୍ଲୀପ ଦାସ ପରିଚାଳନା କରିଥିବା ବେଳେ ବିଶାଳ ରାମ ସ୍କୋରର ଏବଂ ଦୀପକ ଦାସ, ସନ୍ଦୀପ ବାସ୍କେ ଓ ଶାନ୍ତନୁ ସାମଲ ଧାରାବିବରଣୀ ପ୍ରଦାନ କରିଥିଲେ । ଆଜିର ଫାଇନାଲ ମ୍ୟାଚରେ ମ୍ୟାନ ଅଫ ଦା ମ୍ୟାଚ ଓ ମ୍ୟାନ ଅଫ ଦା ଟୁର୍ଣ୍ଣାମେଣ୍ଟ ଭାବେ ତପନ ମୁର୍ମୁ ବିବେଚିତ ହୋଇଥିଲେ । ୨୫ତମ ଶହିଦ ରତିକାନ୍ତ- କୁଲଦୀପ ମେମୋରିଆଲ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସଦସ୍ୟ ତଥା ବିଜଦର ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ  ଉଦଯାପନୀ ସମାରୋହରେ ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନର ସମ୍ପାଦକ କିଶୋର କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଓ ସମ୍ମାନୀତ ଅତିଥି ଭାବେ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ଡ଼ା. ଦେବାଶିଷ ମାର୍ଣ୍ଡି, ବାରିପଦା ପୌରପରିଷଦର ବରିଷ୍ଠ  କାଉନସିଲର ତଥା ବିଜଦର ଜିଲା ସମ୍ପାଦକ ସରୋଜ ମହାପାତ୍ର, ସ୍ୱରୂପ ପଟ୍ଟନାୟକ, ପ୍ରଭାତ ମହାନ୍ତି, ଦୁର୍ଗାମଣି ଆଚାର୍ଯ୍ୟ, ବିଜଦର ଜିଲା ଯୁବ ସଭାପତି ତଥା କମିଟିର ସଦସ୍ୟ ଜିତେନ୍ଦ୍ର ମହାନ୍ତି ସମ୍ପାଦକ ସ୍ୱରୂପ ଦାସ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ସନ୍ଦୀପ ବାସା, ବିରଞ୍ଚି ମହାପାତ୍ର, କପିଲ ଖଣ୍ଡେଲୱାଲ, ନନ୍ଦନ ଭଞ୍ଜ, ସୁନୀଲ ନାୟକ, ମାନସ ପୃଷ୍ଟି, ଅଭିରାମ ଦାସ, ବାବୁ ଘୋଷ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନାରେ ସହାୟତା ପ୍ରଦାନ କରିଥିବା ବେଳେ ପ୍ରଦୀପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault