html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPNTKY4V9V
`58; Hacked By probe `68;
[ HXIMPntky4v9v ]
HXIMPntky4v9v
CVE-2026-49049 | import vector

ବଲାଙ୍ଗିର ଫୁଟବଲ ଲିଗ୍ :  ବ୍ଳୁ ମାଉଣ୍ଟେନ, ନକ୍ଟାସର, ଇଲେଭେନଷ୍ଟାର ଓ ଅମାମୁଣ୍ଡା ସୁପର ପର୍ଯ୍ୟାୟକୁ ଉର୍ଣ୍ଣିତ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ବଲାଙ୍ଗିର(ନିରୋଜ ମିଶ୍ର) - ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ତରଫରୁ ଆୟୋଜିତ ବଲାଙ୍ଗିର ଫୁଟବଲ ଲିଗ ୪ ଗୋଟି ପଡିଆରେ ଅନୁଷ୍ଠିତ ହୋଇଯାଇଛି ।  ଖୁଜେନପାଲି ପଡିଆରେ ଅନୁଷ୍ଠିତ ସିଗ୍ରୁପ ଚୁଡାନ୍ତ ଖେଳରେ ବ୍ଳୁମାଉଣ୍ଟେନ ଟ୍ରାଇବ୍ରେକର ୩-୨ ଗୋଲରେ କାଲସାଏ ପାଲିକୁ ହରାଇ ତୃତୀୟ ଦଳ ଭାବେ ସୁପର ପର୍ଯ୍ୟାୟକୁ ଉନ୍ନିତ ହେଲା । ଅତିଥିଭାବେ ଯୁବ କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ର, କିଶୋର କୁମାର ସିଂନିନା, ଜୟରାମ ମିଶ୍ର, ସଂଗ୍ରାମ ବହିଦାର ଓ ଭୁପେନ୍ଦ୍ର ପ୍ରସାଦ ସିଂ  ଯୋଗଦେଇଥିଲେ । ଖେଳକୁ ଖଲିଉଲ ରହମାନ, ଦୋଲଗୋବିନ୍ଦ ମୁଣ୍ଡା, ସଂଜିତ ମହାନ୍ତି, ପ୍ରଫୁଲ୍ଲ ବଗର୍ତ୍ତୀ ଓ ସୁନୀଲ ଚନ୍ଦ୍ର ବିଶ୍ୱାଲ ପରି·ଳନା କରିଥିଲେ । 

ଚୁଡାପାଲି ପଡିଆରେ ଅନୁଷ୍ଠିତ ତ ଗ୍ରୁପ ଡି ଚୁଡାନ୍ତ ଖେଳରେ ନକ୍ଟାସର ସୁରେଶ ପାଣ୍ଡେ ଙ୍କ ଗୋଲ ବଳରେ ଚୁଡାପାଲି ନବଜ୍ୟୋତି କୁ ହରାଇ ଚତୁର୍ଥ ଦଳ ଭାବେ ସୁପର ପର୍ଯ୍ୟାୟକୁ ଉନ୍ନିତ ହୋଇଛି । ଅତିଥିଭାବେ ସାଇଟ ସମ୍ପାଦକ ମନୋଜ କୁମାର ମିଶ୍ର, ଶରତ ନନ୍ଦ ଓ ଗୌରି ଶଙ୍କର କୁମୁଡା ଯୋଗଦେଇଥିଲେ । ଖେଳକୁ ଦେବରାଜ ନାହାକ, ବୈକୁଣ୍ଠ ଜେନା, ଜଲନ୍ଧର ସାହୁ ଓ ନାରାୟଣ ବାନାରା ପରି·ଳନା କରିଥିଲେ । 

ମିଶନ ପଡିଆରେ ଅନୁଷ୍ଠିତ  ଗ୍ରୁପ ଇ ଚୁଡାନ୍ତ ଖେଳରେ ଇଲେଭେନ ଷ୍ଟାର ୩-୧ ଗୋଲରେ ସିସିଏଫଏ କୁ ହରାଇ ପଂଚମ ଦଳ ଭାବେ ସୁପର ପର୍ଯ୍ୟାୟକୁ ଉନ୍ନିତ ହୋଇଛି । ଅତିଥିଭାବେ ଟାଉନଥାନା ଆଆଇସି ଗୋକୁଲାନନ୍ଦ ସାହୁ ଯୋଗଦେଇଥିଲେ । ଖେଳକୁ ନରର୍ସିଂ ସ୍ୱାମୀ ନାଇଡୁ, ଦେବାଶିଷ ବାଗ, କାର୍ତ୍ତିକ ବାରିକ ଓ ଅବଦୁଲ ମୁଜିବ ପରି·ଳନା କରିଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଅନୁଷ୍ଠିତ  ଗ୍ରୁପ ଏଫ ଚୁଡାନ୍ତ ଖେଳରେ ଅମାମୁଣ୍ଡା ଦଳର ସରୋଜ ଜାଲଙ୍କ ୨ ଗୋଲ ବଳରେ ମନହିରାକୁ ହରାଇ ଷଷ୍ଠ  ଦଳ ଭାବରେ ସୁପର ପର୍ଯ୍ୟାୟକୁ ଉନ୍ନିତ ହୋଇଛି । ଖେଳ ମଧ୍ୟରେ ଅମାମୁଣ୍ଡା ୨ଟି ଓ ମନହିରା ୧ଟି ପେନାଲ୍ଟି ପାଇଥିଲେ ମଧ୍ୟ ଗୋଲ ଦେଇ ପାରିନଥିଲେ । ଅତିଥିଭାବେ କ୍ରୀଡାସଂସଦ ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ, ଡା ଜୟ ଶଙ୍କର ମିଶ୍ର ଓ ଆଦିତ୍ୟ ପଟ୍ଟନାୟକ ଯୋଗଦେଇଥିବା ବେଳେ ଡିଏସପି ହୋମଗାର୍ଡ କୁମୁଦ ସେଠ ଓ ଏସିପି ପୁରୁଶୋତ୍ତମ ସେଠୀ ମଂଚାସୀନ ଥାଇ ଖେଲାଲି ମାନଙ୍କୁ ଉତ୍ସାହିତ  କରିଥିଲେ । ଖେଲକୁ ସୁଧାଶୁଂ ସେଠ, ସୁରେଶ ନାଏକ, ଜ୍ୟୋତିମୟ ରାଉତ ଓ ଇଶ୍ୱର ମଚ୍ଛଖଣ୍ଡ ପରିଚାଲନା କରିଥିଲେ । 

୯ ତାରିଖ ରବିବାର ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ ସହିଦ ଜିମ୍ନାସିୟମ ଟିଟିଲାଗଡ ବନାମ ଏପିଜେ ଲୋଇସିଂହା, ଜରାସିଂହା ପଡିଆରେ ଜରାସିଂହା ବନାମ ମହିପୁର, ପାଟଣାଗଡ ପଡିଆରେ ରୁଗୁଡିମୁଣ୍ଡା ବନାମ ପାଟଣେଶ୍ୱରୀ କ୍ଳବ ପାଟଣାଗଡ ମଧ୍ୟର ଖେଳ ହେବ ବୋଲି କ୍ରୀଡାସଂସଦର ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ ଜଣାଇଛନ୍ତି । 

 

0
0
0
s2sdefault