html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPNTKY4V9V
`58; Hacked By probe `68;
[ HXIMPntky4v9v ]
HXIMPntky4v9v
CVE-2026-49049 | import vector

ରାଉରକେଲାରେ ନିର୍ମିତ ହେବ ହକି ହଲ୍ ଅଫ୍ ଫେମ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର, ୪ା୯: ରାଉରକେଲା ସ୍ଥିତ ବିର୍ଶାମୁଣ୍ଡା ଷ୍ଟାଡିୟମରେ "ହକି ହଲ୍ ଅଫ୍ ଫେମ୍' ନିର୍ମାଣ କରାଯିବ । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ସୂଚନାରୁ ଏହା ଜଣାପଡ଼ିଛି । 

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ହକି ଖେଳାଳି ଜାତୀୟ ଏବଂ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଏବଂ ସଦ୍ୟ ସମାପ୍ତ ଏସିଆଡ୍ ଗେମରେ  ମହିଳା ହକିରେ ରୌପ୍ୟ ଓ ପୁରୁଷ ହକିରେ ବ୍ରୋଞ୍ଜ ପଦକ ଭାରତ ଜିଣିବା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ମହିଳା ହକି ଖେଳାଳି ଓ ୨ ଜଣ ପୁରୁଷ ହକି ଖେଳାଳିଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଏ ସବୁକୁ ଆଖି ଆଗରେ ରଖି ବିଧାୟକ ଶ୍ରୀ ରାୟ ରାଉରକେଲାରେ ହକି ହଲ୍ ଅଫ୍ ଫେମ୍ ନିର୍ମାଣ ପାଇଁ ସରକାରଙ୍କ ନିକଟରେ ୨ ବର୍ଷ ହେବ ଦାବି କରିଆସୁଛନ୍ତି । 

ନଗର ଉନ୍ନୟନ ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୨୦ ମାର୍ଚ୍ଚ ପୂର୍ବରୁ ହକି ହଲ୍ ଅଫ୍ ଫେମ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଯୋଜନା ରହିଛି । ଏବେ ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ଚାଲିଛି । ହକି ହଲ୍ ଅଫ୍ ଫେମ୍ରେ ଓଡ଼ିଶାରେ ହକି କ୍ରୀଡ଼ାର ଗୌରବମୟ ଇତିହାସ ସଂକ୍ରାନ୍ତୀୟ ତଥ୍ୟାବଳୀ ସଙ୍ଗେ ସଙ୍ଗେ ଟ୍ରଫି ଫିଚର୍ ୱାଲ୍, ହକି ସମ୍ପର୍କିତ ବିଭିନ୍ନ କାହାଣୀର ରୋଚକ ଉପସ୍ଥାପନ, ଓଡ଼ିଶା ତଥା ଦେଶର ସ୍ୱନାମଧନ୍ୟ କ୍ରୀଡ଼ାବିତଙ୍କ  ପ୍ରତିମୂର୍ତ୍ତି, ହକି ସମ୍ପର୍କିତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ, ଅଲିମ୍ପିr ତଥା ଅନ୍ୟ ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ହକି ଖେଳାଳିଙ୍କ ବିବରଣୀ, ଗ୍ରାମୀଣ ହକି ଗ୍ୟାଲେରୀ, ଅଲିମ୍ପିr କ୍ୟାପ୍ଟେନ୍ ଗ୍ୟାଲେରୀ ଆଦି ବିଭିନ୍ନ ବ୍ୟବସ୍ଥା ରଖାଯିବା ପାଇଁ ପ୍ରସ୍ତାବ ଥିବା ମନ୍ତ୍ରୀ ଦର୍ଶାଇଛନ୍ତି । 

ରାଉରକେଲାର ବିର୍ଶାମୁଣ୍ଡା ଷ୍ଟାଡିୟମର  ଆଧୁନିକିକରଣ ସହିତ ଏଠାରେ ଅନ୍ତର୍ଜାତୀୟ ମାନର ହକି ହଲ୍ ଅଫ୍ ଫେମ୍ ଯେପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ମିତ ହୁଏ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମାଞ୍ଚଳର ହକି ଖେଳାଳିମାନଙ୍କୁ ଅଧିକ ପ୍ରୋତ୍ସାହନ ସହିତ ରାଉରକେଲାକୁ ଜାତୀୟ ଓ ଅନ୍ତର୍ଜାତୀୟ ହକି ମ୍ୟାଚ୍ମାନ ଆୟୋଜନ କରିବା ଦିଗରେ ସରକାର ଦୃଷ୍ଟି ଦେବାକୁ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଛନ୍ତି । 

0
0
0
s2sdefault