ବଲାଙ୍ଗିର ଫୂଟବଲ  ଲିଗ୍ ଉଦ୍ଘାଟିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର- କ୍ରୀଡସଂସଦ ତରଫରୁ ଆୟୋଜିତ ବଲାଙ୍ଗିର ଫୁଟ୍ବଲ ଲିଗ୍  ୬ ଗୋଟି ପଡିଆରେ ଉଦ୍ଘାଟିତ ହୋଇଯାଇଛି । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଅନୁଷ୍ଠିତ ଖେଳ ଏନୱାଇଏସ ବରକାନି ବନାମ ରୁରାଲଷ୍ଟାରସ ଖେଳ ୧-୧ ରେ ଡ୍ର ରହିଥିଲା । ଟ୍ରାଇବ୍ରେକର ୪-୩ ଗୋଲରେ ଏନ୍ୱାଇଏସ ବିଜୟୀ ହେଲା । ରୁରାଲ ଷ୍ଟାରସ ତରଫରୁ ସୁକଦେବ ଭୋଇ ଗୋଲ ଦେଇଥିବା ବେଳେ, ବରକାନି ତରଫରୁ ଫକିର ଝାଙ୍କର ଗୋଲ ଦେଇଥିଲେ । ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡାସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଆନୁଷ୍ଠାନିକ  ଭାବେ ଟୁର୍ଣ୍ଣାମେଣ୍ଟ କୁ ଉଦ୍ଘାଟନ କରିଥିବା ବେଳେ ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଓ କ୍ରୀଡାବିତ ସୁଧିର ଚନ୍ଦ୍ର ପଣ୍ଡା, ସଦସ୍ୟ ଜୟରାମ ମିଶ୍ର ଓ ଡ. ସିଦେ୍ଧଶ୍ୱର ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଖେଳକୁ ସୁଶାନ୍ତ ନାଗ, ସୁଦର୍ଶନ ସେଠ, ସୁରେଶ ନାଏକ ଓ ସୁଧାଶୁଂ ସେଠ ପରିଚାଳନା କରିଥିଲେ । ସେହିପରି ଲୋଇସିଂହା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ଖେଳରେ ଏବିଏଫଏ ଲୋଇସିଂହା ଦଳର ଦେବବ୍ରତ ବିଶ୍ୱାଲଙ୍କ ଗୋଟିଏ ଗୋଲ ବଳରେ ୱଇଏସ ସୁଜିଆ କୁ ହରାଇ ବିଜୟୀ ହେଲା । ଅତିଥିଭାବେ ଲୋଇସିଂହା ଆଇଆଇସି ଲଲିତା ନିଳିମା ବାର୍ଲ୍ଲା, ବିଭୂତି ଭୁଷଣ ସାହାଣୀ, ବିଶ୍ୱନ୍ନାଥ ଭୂୟାଁ ଓ ଉତ୍ତର ହେନ୍ନା ଯୋଗଦେଇଥିଲେ । ଖେଳକୁ ବିଜୟ କୁମାର ରଣା, ପ୍ରଦିପ ବଗତ୍ତି, ଅଂଜନ ବେଶ୍ରା, ଓ ବିନୟ ବଡପଣ୍ଡା ପରି·ଳନା କରିଥିଲେ । ମିଶନ ପଡିଆ ଠାରେ ଅନୁଷ୍ଠିତ  ଖେଳରେ ଟିୱାଇସି ଶାନ୍ତିପଡା କିରନ ସେଠ ଓ ବି ହେମ୍ରମ ଙ୍କ ଗୋଲ ବଳରେ ରିଲାଇନ୍ସ ଏଫସିକୁ ହରାଇ ବିଜୟୀ ହେଲା । କ୍ରୀଡାସଂସଦର ବରିଷ୍ଠ  ସଦସ୍ୟ ଶତୃଘନ ସିଂ, ସିସିଏଫଏ ସଭାପତି ଜ୍ୟୋତିରାଜ ନାଗ, ଶ୍ରୀଧର ସେଠ, ଭଞ୍ଜ କିଶୋର ନାଗ, ପ୍ରଭାତ କୁମାର ଦାସ, ଜିବନ ସୁନା, ବିରେନ୍ଦ୍ର ସୁନା ଓ ହେମନ୍ତ କୁମାର ବେହେରା ଅତିଥିଭାବେ ଯୋଗଦେଇଥିଲେ । ଖେଳକୁ ଦେବାଶିଷ ବାଗ, ପ୍ରଫୁଲ୍ଲ ବଗର୍ତ୍ତି, କାତ୍ତିକ ବାରିକ, ଅବଦୁଲ ମୁଜିବ ଓ ନିସାରକାନ୍ତ ନାଗ ପରି·ଲନା କରିଥିଲେ । ପାଟଣାଗଡ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଖେଳରେ ଆରୱାଇଏସଏସ ଖୁଣ୍ଟ ସମଲେଇ ୫-୦ ଗୋଲରେ ରାଇଜିଂ ଷ୍ଟାର ପାଟଣାଗଡକୁ ହରାଇ ବିଜୟୀ ହେଲା । ବିଜୟୀ ଦଲ ତରଫରୁ ଯୋଗେଶ୍ୱର କୁମ୍ଭାର, ଲିଙ୍ଗରାଜ ଭୁଏ ଓ ଦେବାଶିଷ ସାହୁ ଗୋଲ ଦେଇଥିଲେ । ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ବିଜୟ ପ୍ରଧାନୀ, ଗୁଣନିଧି ପ୍ରଧାନ ଓ ପୁଣ୍ଣ ଚନ୍ଦ୍ର ମେହେର ଅତିଥି ଭାବେ ଯୋଗଦେଇଥିଲେ । ଖେଳକୁ ରାଜେନ୍ଦ୍ର ଧରୁଆ ଦିପକ ରାଜହଂସ, ବିଜୟ ଖମାରୀ, ଚୈତନ୍ୟ ସାହୁ ଓ ରାଜେନ୍ଦ୍ର ସେଠପରି·ଳନା କରିଥିଲେ । ଜରାସିଂହା ମିନିଷ୍ଟାଡିୟମ ଠାରେ ଅନୁଷ୍ଠିତ ତ ଖେଳରେ ଏସଏଫଏ କରେଲଧୁଆ ୨-୧ ଗୋଲରେ ଏଜେଏସ ବଲ୍ଲା କୁ ହରାଇ ବିଜୟୀ ହେଲା । ବିଜୟୀ ଦଳ ତରଫରୁ ମନୋଜ ପ୍ରଧାନ ଓ ଶ୍ରୀ ରାମ ମାଝୀ ଗୋଲଦେଇଥିବା ବେଳେ ବଲ୍ଲା ତରଫରୁ ମଣ୍ଟୁ ଧରୁଆ ଗୋଲ ଦେଇଥିଲେ । ଅତିଥିଭାବେ ଦୁର୍ଗା ପ୍ରସାଦ ସିଂଦେଓ ଜମିଦାର, କ୍ରୀଡାବିତ ସନ୍ତୋଷ ଥନାପତି, ଡିଏସଓ ରାଜେନ୍ଦ୍ର ପ୍ରସାଦ ବଢ଼ାଇ, ନିରଞ୍ଜନ ପୁଟେଲ ଓ ସୁନ୍ଦର ମଣି ଦଣ୍ଡସେନା ଯୋଗଦେଇଥିଲେ । ଖେଳକୁ ପ୍ରସାନ୍ତ ଥନାପତି ଲକ୍ଷ୍ମିଧର ମହାନ୍ତି, କୌଲାଶ ଚନ୍ଦ୍ର କର୍ତ୍ତି ଓ ସୁଶାନ୍ତ ଥନାପତି ପରି·ଳନା କରିଥିଲେ । ସେହିପରି ଚୁଡାପାଲି ପଡିଆରେ ଅନୁଷ୍ଠିତ ଖେଳରେ ଆରକେୱାଇ ଏସ ଚାଣ୍ଟିମୁଣ୍ଡା ବନାମ କେଏଫସି ଭଇଁଷା ଖେଳ ୧-୧ ଗୋଲରେ ଡ୍ର ହୋଇଥିଲା । ଟ୍ରାଇବ୍ରେକର ଚାଣ୍ଟିମୁଣ୍ଡା ୨-୧ ଗୋଲରେ ବିଜୟୀ ହେଲା । ଅତିଥିଭାବେ ବଲାଙ୍ଗିର ସଦର ବ୍ଳକ ଅଧ୍ୟକ୍ଷ ଗୋଲାପ ବାଗ, ଲୋକନାଥ କୁମୁରା, କୁଲମଣି ମେହେର ଓ ଲମ୍ବୋଦର ପଟେଲ ଯୋଗଦେଇଥିଲେ । ଖେଳକୁ ଦେବରାଜ ନାହାକ, ସରତ ନନ୍ଦ, ବୈକୁଣ୍ଠ ଜେନା ଓ ଜଲନ୍ଧର ସାହୁ ପରିଚାଲନା କରିଥିଲେ । 

0
0
0
s2sdefault