ହେଡଲାଇନସ୍:

କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦ୍ଘାଟିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ) : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁଣ୍ଡି ଗ୍ରାମ ପଞ୍ଚାୟତ କୁମୁଡ଼ା ଜୟପୁର ଖେଳ ପଡ଼ିଆ ଠାରେ ଲକ୍ଷ୍ମୀ ପ୍ରିୟା ମହାନ୍ତି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ସମସରପୁର ଗ୍ରାମ ର ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି ଙ୍କ ଧର୍ମ ପତ୍ନୀ ଲକ୍ଷ୍ମୀପ୍ରିୟା ମହାନ୍ତି ଆଜକୁ ୨୨ ବର୍ଷ ତଳେ ମୃତ ବରଣ କରିଥିଲେ।ସେ ଜଣେ ମିଷ୍ଟଭାଷୀ,ମେଳାପୀ , ପରୋପକାରୀ ମହିଳା ଥିଲେ। ଶ୍ରୀମତୀ ମହାନ୍ତି ଙ୍କ ସ୍ମୁତି ଉଦେଶ୍ୟ ରେ ମାହାଙ୍ଗା ର ବିଭିନ୍ନ ଅଞ୍ଚଳ ରେ ଥିବା ଖେଳ ପଡିଆ ରେ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥାଏ। ମାହାଙ୍ଗା ଅଞ୍ଚଳ ରେ ଥିବା ଯୁବ ପ୍ରତିଭା ବାନ୍ ଖେଳାଳି ଙ୍କ ପ୍ରତିଭା କୁ ରାଜ୍ୟ ରେ ବିକଶିତ କରିବା ଏହି ଅନୁଷ୍ଠାନ ର ଉଦ୍ଦେଶ୍ୟ। ଦୁଇ ଦିନ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ।ଆଠ ଗୋଟି ଦଳ ଏହି ପ୍ରତିଯୋଗିତା ରେ ଭାଗ ନେଇଛନ୍ତି।ଜୟପୁର ର ବାବୁ ଭାଇ ଗେରେଜ ଓ SUN DTH ର ସାହାଯ୍ୟ ଓ ସହଯୋଗ ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଲକ୍ଷ୍ମୀ ପ୍ରିୟା ମହାନ୍ତି ମେମୋରିଆଲ ଅନୁଷ୍ଠାନର ମୁଖ୍ୟ ତଥା ଆଡଭୋକେଟ ଶୁଶାନ୍ତ କୁମାର ମହାନ୍ତି ଏହି ପ୍ରତିଯୋଗିତା ର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ପ୍ରକାଶ କରିଥିଲେ ।

0
0
0
s2sdefault