ହେଡଲାଇନସ୍:

ଭାରତ ମହିଳା ଦଳ ପାଇଲା କ୍ରସ ଓଭର ଯୋଗ୍ୟତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆୟର୍ଲାଣ୍ଡଠୁ  କମ ଗୋଲର ବ୍ୟବଧାନରେ ହାରିବା  ଆଣିଦେଲା ସୁଯୋଗ 

ସୁଶାନ୍ତ ବେହେରା/ ଶାସକ ପ୍ରଶାସକ ବ୍ୟୁରୋ : ଆୟର୍ଲାଣ୍ଡ ଠାରୁ ୧-୦ରେ ପରାସ୍ତ ହେଲାପରେ ଭାରତୀୟ ମହିଳା ହକି ଦଳର ବିଶ୍ୱକପ ଯାତ୍ରାକୁ ନେଇ ବା କ୍ରସ ଭାର ଯୋଗ୍ୟତା ହାସଲ କରିବକି ନାହିଁ, ତାକୁ ନେଇ  ସୃଷ୍ଟି ହୋଇଥିବା ଅନିଶ୍ଚିତତା ଦୂର ହୋଇଛି | ରବିବାର ଅନୁଷ୍ଠିତ  ମ୍ୟାଚରେ ଶକ୍ତିଶାଳୀ ଆମେରିକା ସହିତ ଡ୍ର ରଖି କ୍ରସ ଓଭର ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି |

ଆଜି ମହିଳା ବିଶ୍ୱକପରେ   ଭାରତ ତାର ଶେଷ ଲିଗ ମ୍ୟାଚ ଆମେରିକା ସହିତ ମ୍ୟାଚ ଡ୍ର ରଖି ମଧ୍ୟ ଗୋଲ ଅଭରେଜରେ କ୍ରସ ଓଭର ମ୍ୟାଚ ଖେଳିବାପାଇ ଯୋଗ୍ୟତା ହାସଲ କରିପାରିଛି। ଆମେରିକା ୨ ପଏଣ୍ଟ ଓ ଭାରତ ମଧ୍ୟ ୨ ପଏଣ୍ଟ ପାଇଥିବା  ବେଳେ  କିନ୍ତୁ ଅୟରଲଣ୍ଡ ଠାରୁ ଅଧିକ ଗୋଲ ବ୍ୟବଧାନରେ ଆମେରିକା ହାରିଥିବା ହେତୁ ଭାରତ ମ୍ୟାଚ ଡ୍ର ରଖି ମଧ୍ୟ ଯୋଗ୍ୟତା ହାସଲ କରିପାରିଛି। ସୂଚନାଯୋଗ୍ୟ ଯେ ଆମେରିକା ଆୟର୍ଲାଣ୍ଡ ଠାରୁ ୧ -୩ ରେ ହାରିଥିବା ବେଳେ ଭାରତ ଆୟର୍ଲାଣ୍ଡ ଠାରୁ ୦-୧ରେ ହାରିଥିଲା | ତେଣୁ ଭାରତ କମ ଗୋଲ ବ୍ୟବଧାନରେ ହାରିଥିବା ଯୋଗୁ ଭାରତ ଆମେରିକା ସମାନ ପଏଣ୍ଟ ଥାଇ ବି ଗୋଳର ବ୍ୟବଧାନ କମ ଥିବା କାରଣରୁ ଭାରତକୁ ଏହି ସୁଯୋଗ ମିଳିଛି |

0
0
0
s2sdefault