
ରାଜ୍ୟର ହକି ପ୍ରତି ଏଭଳି ଆଗ୍ରହ ଆଗାମୀ ଦିନରେ ଯୁବପିଢି ମାନଙ୍କୁ ଏକ ନୂଆ ଦିଶା ଦେଖେଇବ : ଡ଼ା. ଏ.ବି.ସୁବେୟା
ସୁଶାନ୍ତ ବେହେରା(ଶାସକ ପ୍ରଶାସକ) ପ୍ରଥମେ ବସ ମାଧ୍ୟମରେ ଲଣ୍ଡନରେ ଓ ପରେ ବେଙ୍ଗାଳୁରୁ ର ଟ୍ରାଭୁଲ ମାର୍ଟ ରେ ଶୋଭା ପାଉଛି ଓଡ଼ିଶା ହକି ୱାର୍ଲଡ଼ କପ ର ଲୋଗ।ଓଡିଶା କ୍ରୀଡ଼ା ବିଭାଗ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ମିଳିତ ସହଯୋଗରେ ୨୦୧୮ ବିଶ୍ୱକପ ହକି କୁ ଅଧିକ ରୁ ଅଧିକ ଲୋକପ୍ରିୟ କରିବା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି ଧୀରେ ଧୀରେ ଏହା ଲୋକଙ୍କ ନଜର କୁ ଆସୁଛି।ବେଙ୍ଗାଳୁରୁ ରେ ଓଡ଼ିଶା ହକି ୱାର୍ଲଡ଼ କପ ର ଲୋଗ କୁ ସ୍ଥାନୀୟ ହକିପ୍ରେମି ଓ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରଛନ୍ତି।
ଏପରିକି ପୂର୍ବତନ ହକି ଅଲମ୍ପିୟାଡ଼ ଡ଼ା. ଏ.ବି.ସୁବେୟା ଏଭଳି ନିଆରା ଢଙ୍ଗର ପ୍ରଚାର ପ୍ରସାର କୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ରାଜ୍ୟ କ୍ରୀଡ଼ାବିଭଗ,ପର୍ଯ୍ୟଟନ ବିଭାଗ ,ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୁବେଛା ଜଣାଇବା ସହିତ ରାଜ୍ୟର ହକି ପ୍ରତି ଏଭଳି ଆଗ୍ରହ କୁ ଆଗାମୀ ଦିନରେ ଯୁବପିଢି ମାନଙ୍କୁ ଏକ ନୂଆ ଦିଶା ଦେଖେଇବ ବୋଲି କର୍ଣ୍ଣାଟକ ରୁ ଫୋନ ମାଧ୍ୟମରେ ନିଜ ମତ ଦେଇଛନ୍ତି।











