ଆର୍ଯ୍ୟ ସ୍ପୋର୍ଟିଂ:ସେମିରେ ଖୁଜେନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର(ଶାସକ ପ୍ରଶାସକ)-ନୁଆଁପାଲି ଆର୍ଯ୍ୟ ସ୍ପୋର୍ଟିଂ ଦ୍ବାରା ଆୟୋଜିତ ନବମ ଆର୍ଯ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର କ୍ବାଟର ଫାଇନାଲରେ ଖୁଜେନ ଓ ଡଙ୍ଗର କେର୍ମେଲି ମଧ୍ୟରେ ମ୍ୟାଚ ହୋଇଥିଲା।ଖୁଜେନ ଦଳ ବିଜୟୀ ହୋଇ ସେମି ଫାଇନାଲକୁ ପ୍ରବେଶ କରିଛି।ଆଜିର ମୁଖ୍ୟ ଅତିଥି ବାଂଛାନିଧି ନାୟକ ଓ ସମ୍ମାନିତ ଅତିଥି ଭାବରେ ଯାଦବ ସିଂ ବରିହା,ସୁଦାମ ମହାନନ୍ଦ,ଧନଞ୍ଜୟ ଧରୁଆ,ଠାକୁର ନେଟୀ,ଅଶ୍ବିନୀ ଧରୁଆ,ବୈଦେହୀ ସୁନା ମଂଚାସୀନ ଥିଲେ।ଖେଳ ପରିଚାଲନା ରାଜୁ,ଅକ୍ଷୟ,ଯାଦବ,ପରମାନନ୍ଦ କରିଥିଲେ।ସ୍କୋରିଂରେ ସରୋଜ,କୈଲାସ,ରଜନୀ ଥିବା ବେଳେ ଉତ୍କଳ ନାୟକ ଉଦଘୋଷକ ଥିଲେ।ଶିବମ୍ ,କରନ,ବେଣୁ,ଅମନ,ନଭ ଓ ଅନ୍ୟମାନେ ସହଯିଗ କରିଥିଲେ।

0
0
0
s2sdefault